Saturday, October 10, 2026
29.2 C
Odisha

    ‘ବସ୍‌’ଙ୍କୁ ‘ହନିଟ୍ରାପ୍‌’ କରି ସାମାଜିକ ଗଣମାଧ୍ୟମରେ ନଗ୍ନ ଫଟୋ ସେୟାର୍‌ କଲେ ଅପଦସ୍ଥ କର୍ମଚାରୀ

    ଆଗକୁ ପଢନ୍ତୁ

    ବଡ଼ୋଦରା (ଗୁଜରାଟ): ନିର୍ଯାତନା ଦେଇ ଅପଦସ୍ଥ କରିଥିବା ‘ବସ୍‌’ଙ୍କୁ ‘ହନିଟ୍ରାପ୍‌’ କରାଇ ଦୀର୍ଘ ୩ ମାସ ଧରି ସାମାଜିକ ଗଣମାଧ୍ୟମରେ ତାଙ୍କର ଓ ତାଙ୍କ ସ୍ତ୍ରୀଙ୍କର ନଗ୍ନ ଫଟୋ ସବୁ ସେୟାର୍‌ କରି ୨ଜଣ କର୍ମଚାରୀ ପ୍ରତିଶୋଧ ନେଇଥିବା କଥା ପୁଲିସ କହିଛି। ନିର୍ଯାତିତ ହୋଇ ଚାକରି ଛାଡ଼ିଥିବା ସେ ୨ଜଣ କର୍ମଚାରୀଙ୍କ ମଧ୍ୟରୁ ଜଣେ ‌ହେଉଛନ୍ତି ମହିଳା ଓ ଆଉ ଜଣେ ପୁରୁଷ। ପୁରୁଣା କମ୍ପାନିର ‘ବସ୍‌’ ଦେଉଥିବା ଅପମାନ ସହ୍ୟ କରି ନ ପାରି ସେମାନେ ଚାକରି ଛାଡ଼ିଥିଲେ। ତା’ର ୩ ମାସ ପରେ ପୂର୍ବତନ ‘ବସ୍‌’ଙ୍କୁ ‘ହନି-ଟ୍ରାପିଙ୍ଗ୍‌’ ଓ ‘ବ୍ଲାକ୍‌ମେଲ୍‌’କରି  ଅପମାନର ପ୍ରତିଶୋଧ ନେବାକୁ ଦୁହେଁ ନିଷ୍ପତ୍ତି ନେଲେ। ଦୁହେଁ ଜଣେ ମହିଳାଙ୍କ ନାଁ’ରେ ‘ଫେକ୍‌ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌’ ଖୋଲି ୪ ମାସ ଧରି ‘ବସ୍‌’ଙ୍କ ସହିତ ଚାଟିଙ୍ଗ୍‌ କଲେ। ଯୌନୋଦ୍ଦୀପକ ବାର୍ତ୍ତା ଓ ୱେବ୍‌ସାଇଟ୍‌ରୁ ଡାଉନ୍‌ ଲୋଡ୍‌ କରି ନଗ୍ନ ଫଟୋ ସବୁ ପଠାଇଲେ। ୪୦ ବର୍ଷ ପାଖାପାଖି ବୟସ ହୋଇଯାଇଥିବା ‘ବସ୍‌’ ଭାବିଲେ ନିଶ୍ଚୟ କୌଣସି ମହିଳା ତାଙ୍କ ସହିତ ‘ଚାଟିଙ୍ଗ୍‌’ କରୁଛନ୍ତି। ‘ବସ୍‌’ ତାଙ୍କ ପାଲରେ ପଡ଼ି ସେମାନଙ୍କ ପାଖକୁ ନିଜର ନଗ୍ନ ଫଟୋ ସବୁ ପଠାଇଲେ। ତା’ପରେ ଉକ୍ତ ଆକାଉଣ୍ଟ୍‌ରୁ ‘ବସ୍‌’ଙ୍କ ପାଖକୁ ଆଉ ମେସେଜ୍‌ ଆସିଲା ନାହିଁ। ଏହାର ଅଳ୍ପ ଦିନ ପରେ ସେମାନେ ‘ବସ୍‌’ଙ୍କ ଇମେଲ୍‌ରେ ତାଙ୍କ (‘ବସ୍‌’ଙ୍କର) ନଗ୍ନ ଫଟୋ ଓ ଯୌନୋଦ୍ଦୀପକ ‘ଚାଟ୍’ ସବୁ ପଠାଇଲେ। କିଏ ତାଙ୍କୁ ‘ହନିଟ୍ରାପ୍‌’ କଲା ବୋଲି ଜାଣି ନ ପାରି ସେ ଭୟଭୀତ ହୋଇଗଲେ। ଏମିତି ୩ ମାସ ଚାଲିଲା। ଶେଷରେ ସେମାନେ ‘ବସ୍‌’ଙ୍କ ସ୍ତ୍ରୀଙ୍କ ପାଖକୁ ମଧ୍ୟ ଫଟୋ ଓ ମେସେଜ୍‌ ସବୁ ପଠାଇଲେ।

    ୧୦ ଦିନ ପୂର୍ବେ ‘ବସ୍‌’ ସାଇବର୍‌ କ୍ରାଇମ୍‌ ଥାନାରେ ଅଭିଯୋଗ ଦାଏର କଲେ। ପୁଲିସ୍‌  ‘ଆଇପି’ ଟ୍ରାକ୍‌ କରି ଦୁହିଁଙ୍କୁ ଧରିଲା ପରେ ସେମାନେ ‘ବସ୍‌’ ଦେଇଥିବା ଅପମାନର ପ୍ରତିଶୋଧ ନେଇଥିବା କଥା କହିଲେ। ଦୁହିଁଙ୍କୁ ବୟାନ ଦେବା ଲାଗି ହାଜର ହେବାକୁ କୁହାଗଲା। କିନ୍ତୁ, ଅଭିଯୋଗକାରୀ ‘ବସ୍‌’ ଆଉ ମାମଲା ବଢ଼ାଇବାକୁ ଚାହିଁଲେ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ