Saturday, March 21, 2026
27.7 C
Odisha

    ଚାଉଳ-ଡାଲି-ତେଲ ପରେ ବଢ଼ିଲା ପରିବା ଦର; ଖାଉଟି କଲବଲ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଖାଦ୍ୟ ସାମଗ୍ରୀର ଦର ହୁହୁ ହୋଇ ବଢ଼ିଚାଲିଛି। ଚାଉଳ, ଡାଲି, ତେଲ ପରେ ପନିପରିବା ଦର ମଧ୍ୟ ବଢ଼ିଛି। ମହଙ୍ଗା ମାଡ଼ରେ ଖାଉଟି କଲବଲ ହେଉଛନ୍ତି। ସାଧାରଣ ନିର୍ବାଚନ-୨୦୨୪ ଶେଷ ହେବାର ୮ ଦିନ ପରେ ବିଭିନ୍ନ ପନିପରିବା ଦର ବଢ଼ି ଆକାଶଛୁଆଁ ହୋଇଛି। ଆଳୁ ପିଆଜଠାରୁ ଆରମ୍ଭ କରି ବିଭିନ୍ନ ପରିବାର ଦାମ୍ ୧୫ରୁ ୨୦ ଟଙ୍କା ବଢିଛି। କଟକ ଛତ୍ରବଜାରରେ ଝୁଡଙ୍ଗ କିଲୋ ୧୦୦ ଟଙ୍କା ଥିବା ବେଳେ ପୋଟଳ କିଲୋ ୮୦ ଟଙ୍କା ରହିଛି। ଭୁବନେଶ୍ବରରେ କଲରା କିଲୋ ୧୨୦ଟଙ୍କା ପହଞ୍ଚିଛି। ସେହିପରି କାକୁଡି କିଲୋ ମଧ୍ୟ ୬୦ରୁ ୭୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଜହ୍ନି ୬୦ ଟଙ୍କା ରହିଛି। ଏହା ସହ ଟମାଟୋ ଦାମ୍ ୪୦ରୁ ୫୦ ଟଙ୍କା ଥିବା ବେଳେ ବାଇଗଣ କିଲୋ ପ୍ରତି ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଛି। ପନିପରିବାର ଏପରି ଅହେତୁକ ଦର ବ୍ରୁଦ୍ଧି ଗ୍ରାହକଙ୍କୁ ବାଧୁ ଥିବା ବେଳେ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଥିବା କହିଛନ୍ତି ବ୍ୟବସାୟୀ।ପରିବା ଦର ବୃଦ୍ଧିର କାରଣ ନେଇ ଛତ୍ରବଜାର ବ୍ୟବସାୟୀ ସଂଘ ସମ୍ପାଦକ କହିଛନ୍ତି ପ୍ରବଳ ଗରମ ଗୁଳୁଗୁଳି ଏବଂ ଅସ୍ବାଭାବିକ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଉତ୍ପାଦନ କମୁଛି। ଫଳରେ ଛତ୍ରବଜାରକୁ ଲୋକାଲ୍ ପରିବା ବହୁତ କମ୍ ଆସୁଛି, ଯାହା ପର୍ଯ୍ୟାପ୍ତ ହେଉନାହିଁ। ତେଣୁ ରାଜ୍ୟ ବାହାରୁ ତଥା ଆନ୍ଧ୍ର, ପଶ୍ଚିମବଙ୍ଗ, ବିହାର, ରାଞ୍ଚି ଏବଂ ବେଙ୍ଗାଲୁରୁରୁ ପରିବା ଆସୁଛି। ତେଣୁ ସେଠାରୁ ପରିବା ଦାମ୍ ବଢ଼ିଲେ ଓଡିଶାରେ ଦାମ୍ ବଢୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.7 ° C
    27.7 °
    27.7 °
    35 %
    0.9kmh
    21 %
    Sat
    28 °
    Sun
    33 °
    Mon
    35 °
    Tue
    38 °
    Wed
    38 °

    ସମ୍ବନ୍ଧିତ