Sunday, October 11, 2026
24.3 C
Odisha

    ପ୍ରେମ ସମ୍ପର୍କକୁ ନେଇ ଯୁବତୀଙ୍କୁ ହତ୍ୟା, ଆତ୍ମସମର୍ପଣ କଲେ ଯୁବକ

    ଆଗକୁ ପଢନ୍ତୁ

    ରାୟଗଡ଼ା: ପ୍ରେମ ସମ୍ପର୍କକୁ ନେଇ ଯୁବତୀଙ୍କୁ ଘରୁ ଡାକି ନେଇ ହତ୍ୟା। ଅଭିଯୁକ୍ତ ହତ୍ୟାକାରୀ ଗୁଣୁପୁର ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ଗତକାଲି ଅପରାହ୍ନ ସମୟରେ ଯୁବତୀଙ୍କୁ ଫୋନ୍ କରି ଡାକିଥିଲେ ଯୁବକ। ପରେ ତାଙ୍କୁ ହତ୍ୟା କରି ବିଷମକଟକ ଥାନା ଅନ୍ତର୍ଗତ କିରିବିରି ଛକ ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଦେଇ ଗୁଣୁପୁର ଥାନାରେ ଆତ୍ମ ସମର୍ପଣ କରିଥିବା ପରିବାର ତରଫରୁ ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ବିଷମକଟକ ଥାନା ବ୍ଲକ କୋଲନୀର ନିତୁ ନାଉରି ବୋଲି ଜଣାପଡ଼ିଛି।ଦିର୍ଘଦିନ ହେବ ଯୁବକ ଜଣକ ଯୁବତୀଙ୍କୁ ପ୍ରେମ କରୁଥିବା ସହ ବାହାହେବାକୁ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ଘରକୁ ଯିବା ଆସିବା କରୁଥିଲେ। ପରେ ଯୁବତୀଙ୍କ ପରିବାର ମନା କରିଦେବାରୁ ଗତକାଲି ଯୁବତୀଙ୍କୁ ଫୋନ୍ ମାଧ୍ୟମରେ ଡାକି ଏଭଳି ଘଟଣା ଘଟାଇଥିବା ପରିବାର ଲୋକେ କହିଛନ୍ତି। ଯୁବକ ଜଣକ ଗୁଣୁପୁର ମରାଠିଗୁଡାର ମାନୁଆଲ ଶବର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ପକ୍ରିୟାକୁ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ୍ ପହଞ୍ଚିଲା ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ତଦନ୍ତ କରି ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାପାଇଁ ପରିବାର ତରଫରୁ ଦାବି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    76 %
    1.6kmh
    3 %
    Sun
    24 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ