Friday, June 26, 2026
25.9 C
Odisha

    ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଅମିନ

    ଆଗକୁ ପଢନ୍ତୁ

    ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ତହସିଲଦାର କାର୍ଯ୍ୟାଳୟର ଅମିନ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ବ୍ୟକ୍ତିଙ୍କ ଜମି ସୀମା ନିର୍ଦ୍ଧାରଣ ସମ୍ପର୍କିତ ରିପୋର୍ଟ ପ୍ରଦାନ ପାଇଁ ଅମିନ ଉମାକାନ୍ତ ବେହେରା ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମାସକ ପୂର୍ବେ ଅମିନ ଜମି ସୀମା ନିର୍ଦ୍ଧାରଣ କାର୍ଯ୍ୟ ଶେଷ କରିଥିଲେ ମଧ୍ୟ ରିପୋର୍ଟ ବିଳମ୍ବିତ କରୁଥିଲେ। ଏ ନେଇ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସକୁ ଟୋଲ୍ ଫ୍ରି ନମ୍ବର ( ୧୦୬୪ ) ଜରିଆରେ ଜଣାଇବା ପରେ ଅମିନ ଉମାକାନ୍ତ ବେହେରାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ। ଭିଜିଲାନ୍ସ ଅଧିକାରୀମାନେ ଉମାକାନ୍ତଙ୍କୁ ଲାଞ୍ଚ ନେବା ବେଳେ ଧରିବା ସହ ତାଙ୍କଠାରୁ ସେହି ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଅମିନ ଉମାକାନ୍ତଙ୍କ ତିନିଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    86 %
    2.1kmh
    100 %
    Fri
    26 °
    Sat
    37 °
    Sun
    36 °
    Mon
    36 °
    Tue
    30 °

    ସମ୍ବନ୍ଧିତ