Monday, April 6, 2026
24.9 C
Odisha

    ଭିଜିଲାନ୍ସ ଜାଲରେ ପୁଲିସ ଏସଆଇ

    ଆଗକୁ ପଢନ୍ତୁ

    ଲାଞ୍ଚ ନେଇ ଧରାପଡ଼ିଲେ ପୁଲିସ ସବଇନ୍ସପେକ୍ଟର। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୁଜଙ୍ଗ ଥାନା ଏସଆଇ ବିବେକାନନ୍ଦ ସାହୁ । ଏକ ମାମଲାର ରଫାଦଫା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଇ ଯାଉଥିବା ବେଳେ କୁଜଙ୍ଗ ଥାନା ଠାରୁ ୧ କିଲୋମିଟର ଦୂର ଷଣ୍ଢପୁରରୁ ଧରିଲା ଭିଜିଲାନ୍ସ । ୨୯ ମେ ୨୦୨୪ରେ ଦାୟର ହୋଇଥିବା ଏକ ମାମଲାର ରଫାଦଫା କରିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ୮ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପୁଲିସ ବାବୁ । ଏନେଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ଉକ୍ତ ବ୍ୟକ୍ତି। ପୁର୍ବ ଯୋଜନା ମୁତାବକ ଆଜି ଉକ୍ତ ବ୍ୟକ୍ତି ଜଣଙ୍କ ପୁଲିସ ବାବୁଙ୍କୁ ସମସ୍ତ ଲାଞ୍ଚ ଟଙ୍କା ଦେଇଥିଲା । ସେହି ଲାଞ୍ଚ ଟଙ୍କା ନେଇ ଫେରୁଥିବା ବେଳେ କୁଜଙ୍ଗ ଥାନା ଠାରୁ ୧ କିଲୋମିଟର ଦୂର ଷଣ୍ଢପୁରରୁ ଧରିଥିଲା ଭିଜିଲାନ୍ସ ଟିମ୍ । ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିବା ସହ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍। ସେପଟେ ଏସଆଇ ବିବେକାନନ୍ଦ ସାହୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    60 %
    0.8kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ