Saturday, September 21, 2024
28.8 C
Odisha

    ଗୋଠଛଡା ଦନ୍ତାହାତୀଙ୍କ ଆତଙ୍କ, ଭୟରେ ରାତି ଅନିଦ୍ରା ରହୁଛନ୍ତି ଗ୍ରାମବାସୀ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ : ଗୋଠଛଡା ଦନ୍ତା ଉପଦ୍ରବ । ସୁନ୍ଦରଗଡ ଜିଲ୍ଲା ବଣାଇ ବନଖଣ୍ଡର ବଣେଇ ଓ କୋଇଡା ରେଞ୍ଜରେ ୨ଟି ଗୋଠଛଡା ଦନ୍ତାହାତୀଙ୍କ ଆତଙ୍କ ଖେଳାଇଛନ୍ତି ।  ହାତୀ ଦୁଇଟି ଦିନ ବେଳେ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଗାଁରେ ପଶି ଘର ଭାଙ୍ଗିବା ସହ ଧାନ ଚାଉଳ ଓ ପନିପରିବା ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।  ହାତୀ ଭୟରେ ରାତି ଅନିଦ୍ରା ରହୁଛନ୍ତି ଗ୍ରାମବାସୀ । ଗାଁରୁ ହାତୀଙ୍କୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି ।
    ଉଜୁଡ଼ୁଛି ବନ୍ୟ ବନ୍ୟଜନ୍ତୁଙ୍କ ଆବାସ । ଜନବସତି ମୁହାଁ ହେଉଛନ୍ତି ହାତୀ । କେଉଁଠି ରାଜରାସ୍ତାରେ ତ କେଉଁଠି ବଜାର ଭିତରେ ବୁଲୁଛି ହାତୀ । କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଡମପଡ଼ା ବଜାରରେ ବୁଲିଲା ଦନ୍ତା । ଏଣେ ସୁନ୍ଦରଗଡ ବଣାଇ ଅଞ୍ଚଳରେ ଗୋଠଛଡା ଦନ୍ତାର ଉତ୍ପାତ । ଦୀର୍ଘ ଦିନ ଉତ୍ପାତ ଚଳାଇଛି ଦନ୍ତା ।

    କେତେବେଳେ ରାଜରାସ୍ତାରେ ବୁଲୁଛି ତ କେତେବେଳେ ଗାଁରେ ପଶି ଭଙ୍ଗାରୁଜା କରୁଛି । ଗତକାଲି ରାତିରେ ୧୪୩ ନମ୍ବର ଜାତୀୟ ରାଜପଥ ଗୋବିନ୍ଦପୁର, ଦରେଇକଳା ନିକଟ ଦେଇ ଯିବା ବେଳେ, କିଛି ସମୟ ପାଇଁ ଗାଡ଼ିମୋଟର ଚଳାଚଳ ବନ୍ଦ ହୋଇ ଯାଇଥିଲା । ଗତ କିଛି ଦିନ ହେଲା ଥରକୁ ଥର ଜଙ୍ଗଲ ଭିତରକୁ ଯାଇ ପୁଣି ଜନବସତିକୁ ଫେରୁଛି ହାତୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.8 ° C
    28.8 °
    28.8 °
    80 %
    1kmh
    100 %
    Sat
    27 °
    Sun
    30 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ