Sunday, September 13, 2026
27.6 C
Odisha

    ୩ ଘଣ୍ଟାରେ ଶ୍ଵେତାଙ୍କ ରୋଜଗାର ୪.୪ ଲକ୍ଷ ଟଙ୍କା, ଜାଣନ୍ତୁ ରହସ୍ୟ…

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ଯଦି ଆପଣ ମଧ୍ୟ ଆଠରୁ ନଅ ଘଣ୍ଟା କାମ କରି ଥକି ଯାଉଛନ୍ତି, ତେବେ ଏହି ମହିଳାଙ୍କ ସୋସିଆଲ ମିଡିଆ ପୋଷ୍ଟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। ଜଣେ ମହିଳା ମାତ୍ର ୩ ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି । ସେ ଏହି ଟଙ୍କା ରୋଜଗାରର ସ୍କ୍ରିନସଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସ୍କ୍ରିନସଟ ଦେଖି ରୋଜଗାରର ରହସ୍ୟ ବିଷୟରେ ଜାଣିବାକୁ ସମସ୍ତଙ୍କର ଆଗ୍ରହ ରହିଛି ।ମହିଳାଙ୍କ ଜଣକ ହେଉଛନ୍ତି ଶ୍ୱେତା କୁକ୍ରେଜା। ଶ୍ୱେତାଙ୍କର ଏକ ଭାଇରାଲ୍ ପୋଷ୍ଟ ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ରୋଜଗାରର ସେ ଏକ ସ୍କ୍ରିନସଟ୍ ସେୟାର କରିଥିଲେ, ଯେଉଁଥିରେ ୪୪୦୦୦୦ ଟଙ୍କା କ୍ରେଡିଟ୍ ଦେଖିବାକୁ ମିଳିଛି। ଏହି ସ୍କ୍ରିନସଟ ସେୟାର କରି ଶ୍ୱେତା ଲେଖିଛନ୍ତି ଯେ, ”ଏହି ମାସରେ ଜଣେ ଗ୍ରାହକ ମୋତେ ମାତ୍ର ୩ ଘଣ୍ଟା କାମ ପାଇଁ ୫୨୦୦ ଡଲାର ଅର୍ଥାତ୍ ପ୍ରାୟ ୪୪୦୦୦୦ ଟଙ୍କା ଦେଇଛନ୍ତି। ମୁଁ ସେମାନଙ୍କ ସୋସିଆଲ ମିଡିଆ ଷ୍ଟ୍ରେଟେଜି ପାଇଁ କାମ କରିଥିଲି।”

    ଶ୍ୱେତା ଆହୁରି ମଧ୍ୟ କହିଛନ୍ତି, ”ମୁଁ ଏହି ଅର୍ଥ ମୋର ଜ୍ଞାନ ଆଧାରରେ ପାଇଛି ଏବଂ ଘଣ୍ଟା ଆଧାରରେ ନୁହେଁ। ବହୁ ବର୍ଷର ଅଭିଜ୍ଞତା ପରେ ମୁଁ ଏହି ସ୍ଥିତିରେ ପହଞ୍ଚିଛି। ଯଦି ସେମାନଙ୍କୁ ଘଣ୍ଟା ଦେୟ ଦେବାକୁ ପଡ଼େ, ତେବେ ସେମାନେ କାମ ଶସ୍ତାରେ କରିଥାନ୍ତେ।

    ଶ୍ୱେତାଙ୍କ ପୋଷ୍ଟରେ ଅନେକ ମନ୍ତବ୍ୟ ଆସିଥିଲା, ଯେଉଁଥିରେ ଅନେକ ଲୋକ ତାଙ୍କ କାର୍ଯ୍ୟର ବିଶେଷତା ବିଷୟରେ ପଚାରିଥିଲେ। କିଛି ଲୋକ ତାଙ୍କୁ ପ୍ରଶଂସା କରିଥିଲେ ଏବଂ ଲେଖିଥିଲେ ଯେ, ଏହି ଟଙ୍କା କେବଳ ୩ ଘଣ୍ଟା ପାଇଁ ନୁହେଁ, ଏହା ତାଙ୍କର ଅଭିଜ୍ଞତା ଉପରେ ଆଧାରିତ। ଯାହା ଉପରେ ସେ ନିଜ ଜୀବନକୁ ବିନିଯୋଗ କରିଛନ୍ତି। କୁକ୍ରେଜା ଜଣେ ସୋସିଆଲ୍ ମିଡିଆ ବିଶେଷଜ୍ଞ ଏବଂ ଗ୍ରାହକମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ବ୍ରାଣ୍ଡିଂରେ ଉନ୍ନତି ଆଣିବାରେ ସାହାଯ୍ୟ କରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ