Saturday, October 17, 2026
22.3 C
Odisha

    ନିଜର ୧୩ ତମ ବିବାହ ବାର୍ଷିକୀରେ ସୁନ୍ଦର ଫଟୋ ସେୟାର କଲେ ସନ୍ନି ଲିଓନି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନିଜର ୧୩ ତମ ବିବାହ ବାର୍ଷିକୀରେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି। ଫଟୋରେ ‌ସେ ଓ ତାଙ୍କ ସ୍ବାମୀ ଖୁବ୍‌ ସୁନ୍ଦର ଦେଖା ଯାଉଛନ୍ତି। ଏହି ଫଟୋ ସନ୍ନି ଲିଓନ ଏବଂ ଡାନିଏଲ ୱେବରଙ୍କ ବିବାହ ସମାରୋହର।ସନ୍ନି ଲିଓନି ଫଟୋ ସହିତ କ୍ୟାପସନ୍ ଲେଖିଛନ୍ତି, “ଆମେ ଭଗବାନଙ୍କ ସାମ୍ନାରେ ଏକ ପ୍ରତିଜ୍ଞା କରିଥିଲୁ ଯେ କେବଳ ଭଲ ସମୟରେ ନୁହେଁ ବରଂ  ଖରାପ ସମୟରେ ମଧ୍ୟ ଏକାଠି ରହିବାକୁ ପ୍ରତିଜ୍ଞା କରିଥିଲୁ। ଭଗବାନ ଆମକୁ ଏବଂ ଆମ ପରିବାରକୁ ଅନେକ ଭଲପାଇବା ଓ ରେ ଆଶୀର୍ବାଦ ଦେଇଛନ୍ତି। ମୁଁ ଆଶା କରୁଛି ଆମେ ଏହି ପଥକୁ ଚିରଦିନ ପାଇଁ ଜାରି ରଖିବୁ। ଡାନିଏଲ୍ ୱେବର, ଶୁଭ ବାର୍ଷିକୀ। ” ପରେ ବୁଧବାର ସନ୍ଧ୍ୟାରେ ଡାନିଏଲ ୱେବର ପତ୍ନୀ ସନ୍ନି ଲିଓନଙ୍କ ସହ ତାଙ୍କ ବାର୍ଷିକ ଉତ୍ସବରୁ ଏକ ଭିଡିଓ ପୋଷ୍ଟ କରିଥିଲେ। ଡାନିଏଲ୍ ଏହି ପୋଷ୍ଟର କ୍ୟାପସନ୍ ଦେଇଛନ୍ତି, “ଶୁଭ ବାର୍ଷିକୀ ବେବି ସନ୍ନି ଲିଓନି। ତୁମକୁ ବହୁତ ଭଲପାଏ। ବାର୍ଷିକୀ ଶୁଭେଚ୍ଛା! ଏହା କେବଳ ଆରମ୍ଭ।”

    ଏହି ଅଭିନେତ୍ରୀ ୨୦୧୧ ମସିହାରେ ଡାନିଏଲ୍ ୱେବରଙ୍କୁ ବିବାହ କରିଥିଲେ। ଏହି ଦମ୍ପତି କିଛି ବର୍ଷ ପୂର୍ବେ ନିଜ ଝିଅ ନିଶାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ସେମାନେ ନେହା ଏବଂ ଆଶେରଙ୍କୁ ୨୦୧୮ ମସିହାରେ ନିଜ ଜୀବନରେ ସ୍ୱାଗତ କରିଥିଲେ। ସେମାନେ ସରୋଗେସି ମାଧ୍ୟମରେ ଏହି ଦୁଇ ସନ୍ତାନଙ୍କୁ ସ୍ବାଗତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.3 ° C
    22.3 °
    22.3 °
    96 %
    1.7kmh
    26 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ