Wednesday, September 30, 2026
28.2 C
Odisha

    ଚର୍ଚ୍ଚାରେ ବିବେକ ରାମାସ୍ବାମୀଙ୍କ ବୟାନ: ମିସେଲ୍‌ ଓବାମା ହୋଇପାରନ୍ତି ରାଷ୍ଟ୍ରପତି ପ୍ରାର୍ଥୀ

    ଆଗକୁ ପଢନ୍ତୁ

    ୱାସିଂଟନ: ଜୋ ବାଇଡେନ୍‌ଙ୍କୁ ହଟାଇ ଡେମୋକ୍ରାଟିକ୍‌ ଦଳ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ପତ୍ନୀ ମିସେଲ୍‌ ଓବାମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ବୋଲି ରିପବ୍ଲିକାନ୍‌ ଦଳ ନେତା ବିବେକ ରାମାସ୍ବାମୀ କହିଛନ୍ତି। ଭାରତୀୟ ବଂଶୋଦ୍ଭବ ରାମାସ୍ବାମୀଙ୍କ ଏଭଳି ବୟାନକୁ ନେଇ ଆମେରିକା ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ସେ କହିଛନ୍ତି ଯେ ସ୍ବତନ୍ତ୍ର କାଉନ୍‌ସଲ ରବର୍ଟ ହୁର୍‌ଙ୍କ ତଦନ୍ତ ରିପୋର୍ଟ ପ୍ରକାଶ ପରେ ଡେମୋକ୍ରାଟିକ୍‌ ଦଳ ଏଭଳି ନିଷ୍ପତ୍ତି ନେବ। ସୂଚନାଯୋଗ୍ୟ, ଜୋ ବାଇଡେନ୍‌ଙ୍କ ଗ୍ୟାରେଜ୍‌ରେ ଆମେରିକାର ଗୁରୁତ୍ବପୂର୍ଣ୍ଣ ଓ ଗୁପ୍ତ ତଥ୍ୟ ସମ୍ବଳିତ ନଥି ଏକ ଭଙ୍ଗା କାଠବକ୍ସରୁ ମିଳିଥିଲା। ରାଷ୍ଟ୍ରପତି ଦେଶର ଗୁରୁତ୍ବପୂର୍ଣ୍ଣ ନଥିକୁ ଏଭଳି ନିମ୍ନସ୍ତରର ରକ୍ଷଣାବେକ୍ଷଣରେ ରଖିବା ଘଟଣାର ତଦନ୍ତ ପାଇଁ ଜାନୁଆରୀ ୨୦୨୩ରେ ରବର୍ଟ ହୁର୍‌ଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା।
    ଏହି ଘଟଣାରେ ହୁର୍‌ ଗତ କିଛି ଦିନ ପୂର୍ବେ କହିଥିଲେ ଯେ ଯଦିଓ ଏହି ଗୁରୁତ୍ବପୂର୍ଣ୍ଣ ତଥ୍ୟଗୁଡ଼ିକ ନିଜେ ବାଇଡେନ୍‌ ନିଜର ଉପରାଷ୍ଟ୍ରପତି କାର୍ଯ୍ୟକାଳ ଏବଂ ବତ୍ତର୍ମାନର ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ମଗାଇଥିଲେ, ତଥାପି ସେ ବାଇଡେନ୍‌ଙ୍କ ବିରୋଧରେ କୌଣସି ଅଭିଯୋଗ କରିବେ ନାହିଁ। କାରଣ ସେ ଅନୁମାନ କରନ୍ତି ଯେ ସ୍ମରଣଶକ୍ତି ଦୁର୍ବଳ ଥିବା ଜଣେ ଅତି ବୃଦ୍ଧ ବ୍ୟକ୍ତି ବୋଲି ତାଙ୍କୁ ଗ୍ରହଣ କରି ବିଚାରପତି ବାଇଡେନ୍‌ଙ୍କ ପ୍ରତି ଦୟାଶୀଳ ହୋଇପାରନ୍ତି। ବିବେକ ରାମାସ୍ବାମୀ କହିଛନ୍ତି ଯେ ୮୧ ବର୍ଷୀୟ ବାଇଡେନ୍‌ଙ୍କ ଏକାଧିକ ବିବାଦରେ ସମ୍ପୃକ୍ତି ଓ ସ୍ବାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଡେମୋକ୍ରାଟିକ୍‌ ଦଳ ଲୋକପ୍ରିୟ ମିସେଲ୍‌ ଓବାମାଙ୍କୁ ପ୍ରାର୍ଥୀ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    67 %
    1.7kmh
    61 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ