Monday, May 20, 2024
25.6 C
Odisha

    ଗଣମାଧ୍ୟମର କଂଠରୋଧ କରିବା ମୁଖ୍ୟମନ୍ତ୍ରୀଙ୍କ ଧାରାବାହିକ ଅଭ୍ୟାସ : ବିରଂଚି ତ୍ରିପାଠୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ଓଡ଼ିଶାରେ ଚତୁର୍ଥସ୍ତମ୍ଭ ଉପରେ ବାରମ୍ବାର ଆକ୍ରମଣ ହୋଇଚାଲିଛି । ପ୍ରତିଦିନ କେଉଁଠି ନା କେଉଁଠି ସାମ୍ବାଦିକମାନଙ୍କୁ ଆକ୍ରମଣ ଘଟଣା ଖବରକାଗଜ ଶିରୋନାମାରେ ରହୁଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସାମ୍ବାଦିକମାନଙ୍କୁ ଆକ୍ରମଣ କରାଯାଉଛି । ଏହା ପରେ ବି ଗୃହ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ମୁଖ୍ୟମନ୍ତ୍ରୀ ଘଟଣାକୁ ନିନ୍ଦା ଟିକିଏ ବି କରୁନାହାଁନ୍ତି । ଓଡିଶାର ଗଣମାଧ୍ୟମ ଉପରେ ବାରମ୍ବାର ଆକ୍ରମଣ ହେବା ପୂର୍ବରୁ କେବେ ଦେଖାଯାଉନଥିଲା । ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ଉପରେ ପ୍ରଶ୍ନ ପଚାରିଲେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଉଛି । ଯେଉଁଠି କାର୍ଯ୍ୟରତ ସାମ୍ବାଦିକମାନେ ସୁରକ୍ଷିତ ନୁହନ୍ତି, ସେଠି ସାଧାରଣ ନାଗରିକ କେତେ ସୁରକ୍ଷିତ ତାହା ବଡ ପ୍ରଶ୍ନବାଚୀ ? ଗତ କାଲି ରାଜଧାନୀ ଭୁବନେଶ୍ୱରରେ ଜଣେ କାର୍ଯ୍ୟରତ ସାମ୍ବାଦିକ ଶ୍ରୀ ଜ୍ୟୋତିରଞ୍ଜନ ମହାପାତ୍ର କାମ ଶେଷ କରି ଘରକୁ ଫେରୁଥିବା ସମୟରେ ୪ଜଣ ଦୁର୍ବୁତ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି । ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଆମ ସମସ୍ତଙ୍କୁ ମର୍ମାହତ କରିବା ସହ ସାମ୍ବାଦିକମାନଙ୍କ ସୁରକ୍ଷାକୁ ନେଇ ବିରାଟ ପ୍ରଶ୍ନ ଛିଡା ହୋଇଛି । ତୁରନ୍ତ ଦୋଷୀଙ୍କୁ ଚିହ୍ନଟ କରି ଗିରଫ କରିବା ସହିତ ଘଟଣାର ମୁଖ୍ୟ କାର୍ପଟଦାରଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ଦାବୀ କରିଛନ୍ତି ।
    ବ୍ୟାପକ ନିଶା କାରବାର, ପୋଲିସର ନିଷ୍କ୍ରିୟତା ଏବଂ ଶାସକ ବିଜେଡିର ଆଇନକୁ ହାତରେ ନେବା ଓ ଆଇନର ବାଟ ଓଗାଳିବା କାରଣରୁ ଶାନ୍ତ, ନିରାପଦ ଓଡ଼ିଶା ରାଜ୍ୟ ଦିନକୁ ଦିନ ହିଂସାପ୍ରବଣ ହୋଇଚାଲିଛି । ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଏଭଳି ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ । ଗତ କିଛିଦିନ ତଳେ ଜଣେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା । ସେହିପରି ପୂର୍ବରୁ ଭୁବନେଶ୍ୱରରେ ଜମି ହଡପ ଘଟଣାରେ ସାମ୍ବାଦିକଙ୍କୁ ଆକ୍ରମଣ, ବାଲେଶ୍ୱରର ନୀଳଗିରିଠାରେ ବେଆଇନ କାଠ କାରବାର ଘଟଣାରେ ସାମ୍ବାଦିକଙ୍କୁ ଆକ୍ରମଣ, ପଟ୍ଟାମୁଣ୍ଡାଇ, ଅସ୍ତରଙ୍ଗ, ପୁରୀ , ଖୋର୍ଦ୍ଧା ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକମାନଙ୍କୁ ଆକ୍ରମଣ ହେବା ସତ୍ୱେ ବି ଶାସକ ଦଳର ଇଙ୍ଗିତରେ ପୋଲିସ ପ୍ରଶାସନ ଚୁପ୍ ବସିଛନ୍ତି । ବିଶେଷଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧୀ କାର୍ଯ୍ୟକଳାପକୁ ପର୍ଦ୍ଦାଫାଶ କରୁଥିବା କାରଣରୁ ରାଜ୍ୟ ସରକାରଙ୍କ ଆକ୍ରୋଶର ଶିକାର ହେଉଛନ୍ତି ସମ୍ବାଦିକ । ସାମାଜିକ ସୁରକ୍ଷା ତ ବହୁ ଦୂରର କଥା ସମାନ୍ୟ ସୁରକ୍ଷା ଦେବାରେ ବି ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ସାମ୍ବାଦିକ, ଗଣମାଧ୍ୟମକୁ ଭୟଭୀତ ଓ ପ୍ରଭାବିତ କରିବାର ଲିପ୍ତ ରାଜ୍ୟ ସରକାର । ଲୋକସେବା ଭବନଠାରୁ ମୁଖ୍ୟମନ୍ତ୍ରୀଙ୍କ ସଭାସମିତିରେ ବି ଗଣମାଧ୍ୟମ ଉପରେ ରୋକ ଲଗାଯାଇଛି । ଗଣମାଧ୍ୟମର କଣ୍ଠରୋଧ କରିବା ମୁଖ୍ୟମନ୍ତ୍ରୀଙ୍କ ଧାରାବାହିକ ଅଭ୍ୟାସରେ ପରିଣତ ହୋଇଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
    ସମ୍ବିଧାନ ଗଣମାଧ୍ୟମକୁ ସ୍ୱତନ୍ତ୍ର ସ୍ଥାନ ଦେଇଛି । ଗଣମାଧ୍ୟମ ଓ ଏହାର ପ୍ରତିନିଧିମାନଙ୍କ ସୁରକ୍ଷାକୁ ବିଜେପି ସବୁ ସମୟରେ ଗୁରୁତ୍ୱ ଦେଇ ଆସିଛି । ଭାରତୀୟ ଜନତା ପାର୍ଟି ଶାସନକୁ ଆସିଲେ “ସାମ୍ବାଦିକ ସୁରକ୍ଷା ଆଇନ”କୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.6 ° C
    25.6 °
    25.6 °
    80 %
    2.2kmh
    0 %
    Sun
    25 °
    Mon
    41 °
    Tue
    43 °
    Wed
    42 °
    Thu
    40 °

    ସମ୍ବନ୍ଧିତ