Sunday, February 22, 2026
21.2 C
Odisha

    ପୁରୀ ଗସ୍ତରେ ଫାଇଭ୍ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍

    ଆଗକୁ ପଢନ୍ତୁ

    ଡିସେମ୍ବର ଶେଷ ସୁଦ୍ଧା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବ । ହାତରେ ଆଉ ଅଳ୍ପ ଦିନ ରହିଛି । ଏହାରି ଭିତରେ ପୁରୀ ଗସ୍ତ କରି ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ସମୀକ୍ଷା କରିଛନ୍ତି । ଆଜି ପ୍ରତ୍ୟୁଷରୁ ପାଣ୍ଡିଆନ୍ ଗସ୍ତ କରି ଏହି ସମୀକ୍ଷା କରିଛନ୍ତି । ଏହି ସମୟରେ ବିଭିନ୍ନ ସ୍ଥାନ ବୁଲି କାମର ଅଗ୍ରଗତିକୁ ଦେଖିଥିଲେ । ଶ୍ରଦ୍ଧାଳୁ କିଭଳି ଶୃଙ୍ଖଳିତ ଭାବେ ଦିଅଁ ଦର୍ଶନ କରିପାରିବେ ଏ ଦିଗରେ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ । ସେହିପରି ମନ୍ଦିରକୁ ଆସୁଥିବା ଲୋକେ କିଭଳି ତାଙ୍କ ଯାନବାହାନ ଠିକ୍ ଭାବେ ପାର୍କିଂ କରିପାରିବେ ତା ଉପରେ ମଧ୍ୟ ସମୀକ୍ଷା କରିଥିଲେ । ନୂଆ ବର୍ଷରେ ଶ୍ରଦ୍ଧାଳୁ ନୂଆ ଅନୁଭୁତି ପାଆନ୍ତୁ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଜାନୁଆରୀ ୧୭ରେ ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପର ଲୋକାର୍ପଣ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    42 %
    1.9kmh
    67 %
    Sat
    21 °
    Sun
    34 °
    Mon
    35 °
    Tue
    34 °
    Wed
    34 °

    ସମ୍ବନ୍ଧିତ