Monday, July 7, 2025
24.7 C
Odisha

    ବ୍ୟକ୍ତିଗତ ଆକ୍ଷେପ କରିବା ବିଜେପିର ଷ୍ଟାଣ୍ଡାର୍ଡ ଫର୍ମୁଲା । ମୋଦୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ଭି.କେ ପାଣ୍ଡିଆନ୍

    ଆଗକୁ ପଢନ୍ତୁ

    ମୋଦୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ଭି.କେ ପାଣ୍ଡିଆନ୍ । କଟାକ୍ଷ କରି କହିଲେ, ବିଜେପି ନିଜର ଜ୍ୟୋତିଷ ପରିବର୍ତ୍ତନ କରୁ । ବିଜେପି ସବୁବେଳେ ନିଜର ଷ୍ଟ୍ରାଟେଜି ପରିବର୍ତ୍ତନ କରୁଛି । ସବୁ ରାଜ୍ୟରେ ବ୍ୟକ୍ତିଗତ ଆକ୍ଷେପ କରେ ବିଜେପି । ବ୍ୟକ୍ତିଗତ ସ୍ତରରେ ଆକ୍ଷେପ କରିବା ବିଜେପିର ଷ୍ଟାଣ୍ଡାର୍ଡ ଫର୍ମୁଲା। ଓଡିଶାବାସୀ କେବେ ବି ମୁଖ୍ୟମନ୍ତ୍ରୀଙ୍କ ଅସମ୍ମାନକୁ ଗ୍ରହଣ କରିବେ ନାହିଁ । ଓଡିଶାବାସୀ କେବେ ଆମ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅସମ୍ମାନ ହେବା ଭଳି କଥାକୁ ପସନ୍ଦ କରିବେନାହିଁ । ଓଡିଶା ବାସୀ ଶାନ୍ତି ପ୍ରିୟ ଲୋକ ଚୁପ୍ ରହିବେ ଭୋଟରେ ଦେଖାଇବେ ।ବିଜେପି ଦେଶରେ ୧୦ ବର୍ଷ ହେବ କ୍ଷମତାରେ ଅଛି । ୧୦ ବର୍ଷ କ୍ଷମତା ଭିତରେ ଓଡିଶାରେ କେତେ ରାସ୍ତା ତିଆରି କରିଛନ୍ତି । ଯଦି କୋଷ୍ଟାଲ ହାଇୱେ କରିଥାନ୍ତେ ତାହେଲେ ଓଡିଶାର ଅନେତ ବିକାଶ ହୋଇଥାନ୍ତି, ରାଜ୍ୟକୁ ଶୀଳ୍ପ ଆସିଥାନ୍ତି । ୧୦ ବର୍ଷ କ୍ଷମତାରେ ଥାଇ କିଛି କରିପାରିଲେ ନାହିଁ କିନ୍ତୁ ନିର୍ବାଚନର ୧୦ ଦିନ ଆଗରୁ ଓଡିଶା କଥା ମନେପଡିଗଲା । ବିଜେପି ଯେତେବି ବ୍ୟକ୍ତିଗତ ଆକ୍ରମଣ କରୁ ଏହାର ପ୍ରଭାବ ମୁଖ୍ୟମନ୍ତ୍ରୀଙ୍କ ଉପରେ ପଡିବ ନାହିଁ । ଓଡିଶାବାସୀ ଏହାକୁ ଗ୍ରହଣ କରିବେ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    88 %
    2.7kmh
    100 %
    Mon
    28 °
    Tue
    24 °
    Wed
    27 °
    Thu
    24 °
    Fri
    25 °

    ସମ୍ବନ୍ଧିତ