Sunday, April 12, 2026
36.4 C
Odisha

    ଭୋଟର ଆଇଡି କାର୍ଡ ନ ଥିଲେ ବି ଦେଇ ପାରିବେ ଭୋଟ, ଜାଣନ୍ତୁ କିପରି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଏପ୍ରିଲ ୧୯ରେ ଆରମ୍ଭ ‌ହେବାକୁ ଯାଉଛି। ୧୮ ବର୍ଷ ବୟସ୍କ କିମ୍ବା ୧୮ ବର୍ଷରୁ ଅଧିକ ବୟସ୍କମାନେ ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଭୋଟ୍ ଦେଇ ପାରିବେ। ଭୋଟ ‌ଦେବା ପାଇଁ ଭୋଟର ଆଇଡି କାର୍ଡ ଜରୁରୀ। କିନ୍ତୁ କାର୍ଡ ପାଇଁ ଆବେଦନ କରିଥିବା ଭୋଟରଙ୍କର ଭୋଟର ଆଇଡି କାର୍ଡ ନ ଥିଲେ ମଧ୍ୟ ସେମାନେ ଭୋଟ୍ ଦେଇ ପାରିବେ । କିନ୍ତୁ ଯଦି ଭୋଟରଙ୍କ ନାମ ଭୋଟର ତାଲିକାରେ ନାହିଁ ତେବେ ସେ ଭୋଟ ଦାନ କରିପାରିବେ ନାହିଁ । ଏଭଳି ପରିସ୍ଥିତିରେ ଭୋଟର ତାଲିକାରେ ନାମ ଯାଞ୍ଚ କରିବା ପରାମର୍ଶ ଦିଆଯାଇଥାଏ। ଭୋଟର ତାଲିକାରେ ନାମ ଯାଞ୍ଚ କରିବାର ପ୍ରକ୍ରିୟା ଅତି ସହଜ ଅଟେ । ଅନଲାଇନରେ ଭୋଟର ନିଜର ନାମ ଯାଞ୍ଚ କରି ପାରି‌ବେ।

    ସର୍ବପ୍ରଥମେ ଭୋଟରଙ୍କୁ https://electoralsearch.eci.gov.in/ ପରିଦର୍ଶନ କରିବାକୁ ପଡିବ ।
    ସେଠାରେ, ଭୋଟର ତାଲିକାରେ ନାମ ଯାଞ୍ଚ କରିବାକୁ, ସର୍ଚ୍ଚ ବାଏ ଡିଟେଲ୍ସ , ସର୍ଚ୍ଚ ବାଏ ଇପିଆଇସି, ସର୍ଚ୍ଚ ବାଏ ମୋବାଇଲ ତିନୋଟି ପଦ୍ଧତି ମଧ୍ୟରୁ ଗୋଟିଏ ଚୟନ କରିବାକୁ ପଡିବ।
    ପ୍ରଥମ ବିକଳ୍ପ ସର୍ଚ୍ଚ ବାଏ ଡିଟେଲ୍ସ,ରେ ଭୋଟରଙ୍କର ନାମ, ପିତାଙ୍କ ନାମ, ଲିଙ୍ଗ ଏବଂ ଜନ୍ମ ତାରିଖ ବିଷୟରେ ସୂଚନା ଦେବାକୁ ପଡିବ । ଏହା ସହିତ ଜିଲ୍ଲା ଓ ବିଧାନସଭା ନିର୍ବାଚନମଣ୍ଡଳୀ ବିଷୟରେ ସୂଚନା ଦେବାକୁ ପଡ଼ିବ। କ୍ୟାପଚା କୋଡ୍ ଏଣ୍ଟ୍ରି କରିବା ପରେ, ଭୋଟରଙ୍କର ବିବରଣୀ ସ୍କ୍ରିନରେ ଦୃଶ୍ୟମାନ ହେବ।
    ଦ୍ୱିତୀୟ ବିକଳ୍ପ ସର୍ଚ୍ଚ ବାଏ ଇପିଆଇସି ଦ୍ବାରା ସବିଶେଷ ତଥ୍ୟ ଖୋଜିବାକୁ ଚାହୁଁଥିବା ଭ‌ୋଟର ନିଜର ନାମ ଭୋଟର ତାଲିକାରେ ନାମ ଯାଞ୍ଚ କରିପାରିବେ । ଏଥିପାଇଁ ଆପଣଙ୍କ ପାଖରେ ଇପିଆଇସି ନମ୍ବର ଥିବା ଆବଶ୍ୟକ। ଇପିଆଇସି ନମ୍ବର ଏବଂ ରାଜ୍ୟ ବିବରଣୀ ଶେୟାର କରିବାକୁ ପଡିବ। କ୍ୟାପଚା କୋଡ୍ ଏଣ୍ଟ୍ରି କରିବା ପରେ, ଭୋଟରଙ୍କର ବିବରଣୀ ସ୍କ୍ରିନରେ ଦୃଶ୍ୟମାନ ହେବ ।
    ତୃତୀୟ ବିକଳ୍ପ ସର୍ଚ୍ଚ ବାଏ ମୋବାଇଲ୍ ଦ୍ୱାରା ଭୋଟରଙ୍କର ପଞ୍ଜିକୃତ ମୋବାଇଲ୍ ନମ୍ବର ଅପ୍ସନ୍ ଦ୍ୱାରା ସର୍ଚ୍ଚ ବ୍ୟବହାର କରିପାରିବେ ।
    ମୋବାଇଲ୍ ନମ୍ବର ଏବଂ କ୍ୟାପଚା କୋଡ୍ ଏଣ୍ଟ୍ରି କରିବାକୁ ପଡିବ। କ୍ୟାପଚା କୋଡ୍ ଏଣ୍ଟ୍ରି କରିବା ପରେ, ଭୋଟରଙ୍କର ବିବରଣୀ ସ୍କ୍ରିନରେ ଦୃଶ୍ୟମାନ ହେବ। ଏହାକୁ ନେଇ ଭୋଟର ତାଙ୍କର ନାମ ଥିବା ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍ ଦେଇପାରିବେ। ଆଉ ଭୋଟର ଆଇଡି କାର୍ଡର ଆବଶ୍ୟକତା ରହିବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    11 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ