Tuesday, October 6, 2026
28.6 C
Odisha

    ଝିଅ ପାଇଁ ଧୂମପାନ ଛାଡ଼ିଛନ୍ତି ଏହି ଦୁଇ ଅଭିନେତା ବାପା

    ଆଗକୁ ପଢନ୍ତୁ

    ମୁମ୍ବାଇ: ଏକାସାଥୀରେ ଦୁଇଟି ସିଗାରେଟ ଟାଣି ‘କବିର ସିଂହ’ର ଟ୍ରେଲରକୁ ଚର୍ଚ୍ଚିତ ବନାଇଥିଲେ ବଲିଉଡ୍‌ ଅଭିନେତା ସାହିଦ୍‌ କପୁର୍‌। ହେଲେ ଆପଣ ଜାଣନ୍ତି କି ଏହି ଷ୍ଟାର୍‌ ଜଣକ କିନ୍ତୁ ବାସ୍ତବ ଜୀବନରେ ଧୂମପାନ ଛାଡ଼ି ସାରିଛନ୍ତି। ନିକଟରେ ସାହିଦ ଅଭିନେତ୍ରୀ ନେହା ଧୁପିଆଙ୍କ ସୋ’ ‘ନ‌ୋ ଫିଲ୍ଟର ନେହା’ରେ କଥା ହୋଇ କହିଛନ୍ତି ଯେ ସେ ତାଙ୍କ ଝିଅ ମିଶାଙ୍କ ପାଇଁ ନିଜର ଏହି ବଦଭ୍ୟାସକୁ ପରିତ୍ୟାଗ କରିଛନ୍ତି। ସାହିଦ ତାଙ୍କ ଝିଅ ସମ୍ମୁଖରେ କେବେ ବି ଧୂମପାନ କରନ୍ତି ନାହିଁ। ଯେ‌ତେବେଳେ ବି ସେ ଧୁମପାନ କରୁଥିଲେ, ଲୁଚିକରି କରୁଥିଲେ। ହେଲେ ଦିନେ ତାଙ୍କୁ ଅନୁଭବ ହେଲା ଯେ ଏପରି ଲୁଚି ଲୁଚି ସେ ସବୁବେଳେ ଧୂମପାନ କରିପାରିବେ ନାହିଁ। ସେହି କାରଣରୁ ସାହିଦ ‘ସିଗାରେଟ୍‌’କୁ ସବୁଦିନ ପାଇଁ ତ୍ୟାଗ କରିଦେଲେ।
    ନିଜ ପିଲା ପାଇଁ ଧୁମପାନ ଛାଡ଼ିବାରେ ସାହିଦ ଏକା ନୁହଁନ୍ତି। ଏହି ତାଲିକାରେ ଅଭିନେତା ରଣବୀର କପୁରଙ୍କ ନାମ ବି ରହିଛି। ଆପଣ ଦେଖିଥିବେ ଯେ ‘ଆନିମଲ୍‌’ ଫିଲ୍ମ ପୋଷ୍ଟ୍‌ରେ ରଣବୀରଙ୍କ ହାତରେ ସିଗାରେଟ୍‌ ଅଛି। ହେଲେ ବାସ୍ତବ ଜୀବନରେ ସେ ତାହାକୁ ଛାଡ଼ି ସାରିଛନ୍ତି। ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ହିଁ ରଣବୀର ନିଜର ପ୍ରଶଂସକଙ୍କୁ କହିଛନ୍ତି କି ନିଜ ଝିଅ ରାହା ପାଇଁ ସେ ସିଗାରେଟ୍‌ ଟାଣିବା ଛାଡ଼ି ଦେଇଛନ୍ତି। କାହିଁକି ନା, ସିଗାରେଟ୍‌ ଧୁଆଁର ପ୍ରଭାବ ରଣବୀରଙ୍କ ସହିତ ତାଙ୍କ ଝିଅ ଉପରେ ବି ପଡ଼ିଥାନ୍ତା। କେବଳ ସେତିକି ନୁହେଁ, ରାହା ପାଇଁ ଉତ୍ତମ ବାପା ପାଲଟିବାକୁ ସେ ଯୋଗ ଓ ଧ୍ୟାନ କରିବା ବି ଆରମ୍ଭ କରି ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    75 %
    0.8kmh
    1 %
    Tue
    25 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ