Sunday, October 4, 2026
29.6 C
Odisha

    ଇସ୍ରାଏଲ ସେନାକୁ ବଡ଼ ସଫଳତା, ହାମାସ ସେନାର ମୁଖ୍ୟ କମାଣ୍ଡର ମାର୍ୱାନ ଇସା ନିପାତ

    ଆଗକୁ ପଢନ୍ତୁ

    ଗାଜା : ଇସ୍ରାଏଲ ସେନାକୁ ଗାଜାରେ ଏକ ବଡ଼ ସଫଳତା ମିଳିଛି। ଇସ୍ରାଏଲ ସେନା ଏକ ଭୂତଳ ଅପରେସନରେ ହାମାସ ଆତଙ୍କବାଦୀ ସଂଗଠନର ଚିଫ୍ ଅଫ୍ ଷ୍ଟାଫ୍ ( ସେନାମୁଖ୍ୟ) ମାର୍ୱାନ ଇସାକୁ ନିପାତ କରିଥିବା ଦାବି କରିଛି। ଇସ୍ରାଏଲ ସେନା ମଧ୍ୟ ଏହି ଭୂତଳ ଅପରେସନର ଏକ ଭିଡିଓ ଜାରି କରିଛି । ତେବେ ଇସ୍ରାଏଲ ସେନା ପ୍ରଥମେ ଏକ୍ସ-ମିଡିଆ ପୋଷ୍ଟରେ କହିଥିଲା ଯେ ଅପରେସନ ଭୂତଳ ଥିବାରୁ ହାମାସ ମୁଖ୍ୟ ମାର୍ୱାନର ମୃତ୍ୟୁ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏହି ଅଞ୍ଚଳରେ କୌଣସି ଇସ୍ରାଏଲ ବନ୍ଧକ ମଧ୍ୟ ନଥିଲେ। କିନ୍ତୁ ଏହାର କିଛି ସମୟ ପରେ ଇସ୍ରାଏଲ ସେନା ପକ୍ଷରୁ ଆଉ ଏକ ପୋଷ୍ଟ କରାଯାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ହାମାସ ଆତଙ୍କବାଦୀ ଇସାକୁ ନିପାତ କରାଯାଇଛି ।
    ମାର୍ୱାନ ଇସାଙ୍କ ହତ୍ୟା ଇସ୍ରାଏଲ ସେନା ପାଇଁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। କାରଣ ଏହି ଆତଙ୍କବାଦୀଙ୍କ ପାଖରେ ହମାସ ସଂଗଠନର ସାମରିକ ଅପରେସନର ସମ୍ପୂର୍ଣ୍ଣ କମାଣ୍ଡ ଥିଲା । ଅର୍ଥାତ ତା ନିର୍ଦ୍ଦେଶରେ ହିଁ ହମାସ ଲଢୁଥିଲା । ଇସ୍ରାଏଲ ଆକ୍ରମଣରେ ଏପର୍ୟ୍ୟନ୍ତ ହାମାସର ଅଧିକାଂଶ ଶୀର୍ଷ କମାଣ୍ଡର ନିହତ ହୋଇଛନ୍ତି। ମାର୍ୱାନ ଇସାକୁ ମଧ୍ୟ ଇସ୍ରାଏଲ ସେନା ଦୀର୍ଘ ଦିନ ଧରି ଖୋଜୁଥିଲା ।
    ଗତ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପଛରେ ଏହି ମାର୍ୱାନର ସବୁଠାରୁ ବଡ଼ ହାତ ଥିଲା ବୋଲି ଇସ୍ରାଏଲ ପୂର୍ବରୁ ଦାବି କରୁଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ