Saturday, September 12, 2026
25.6 C
Odisha

    ୱାଗନର୍ ଚିଫ୍ ଜୀବିତ ! ୟେଭେଗେନି ପ୍ରିଗୋଜିନଙ୍କ ନୂତନ ଚିତ୍ର ସାମନାକୁ ଆସିଲା

    ଆଗକୁ ପଢନ୍ତୁ

    ୟେଭେଗେନି ପ୍ରିଗୋଜିନଙ୍କ ବିଷୟରେ ଏହା ପୂର୍ବରୁ ଦାବି କରାଯାଇଥିଲା କି ଯେ ଅଗଷ୍ଟ ୨୩ ରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ତାଙ୍କର ନୂତନ ଚିତ୍ର ସାମନାକୁ ଆସିଲା ପରେ ତାଙ୍କ ମୃତ୍ୟୁକୁ ନେଇ ହଇଚଇ ସୃଷ୍ଟି ହେଇଛି । କୁହଜୁଛି ଯେ ଅଗଷ୍ଟ ୨୩ ଦୁର୍ଘଟଣାରେ ତାଙ୍କର ସାଦୃଶ ଆଉ ଜଣଙ୍କର ମୃତ୍ଯୁ ହେଇଥିଲା । ଏଭଳି ପରିସ୍ଥିତିରେ ପ୍ରିଗୋଜିନ୍ ଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି ।ରୁଷର ବିଦ୍ରୋହୀ ସେନା ୱାଗନର୍ ଚିଫ୍ ୟେଭେଗେନି ପ୍ରିଗୋଜିନ୍ ଜୀବିତ ଅଛନ୍ତି ବୋଲି ଏକ ବଡ ଦାବି କରାଯାଉଛି । ଯଦିଓ ପ୍ରିଗୋଜିନ୍ ଙ୍କ  ମୃତ୍ୟୁ ୱାଗନର୍ ଗ୍ରୁପ୍ ଏବଂ ରୁଷର ପ୍ରତିରକ୍ଷା ବିଭାଗ ଦ୍ୱାରା ନିଶ୍ଚିତ ହୋଇସାରିଛି ।  ବର୍ତ୍ତମାନ ୭  ମାସ ପରେ ଏକ ଚିତ୍ର ଆସିଛି ଯାହା ରୁଷରେ ହଇଚଇ ସୃଷ୍ଟି କରିଛି । କୁହାଯାଉଛି ଯେ ୱାଗନର୍ ଚିଫ୍ ପ୍ରିଗୋଜିନ୍ ଜୀବିତ ଏବଂ ତାଙ୍କ ମୃତ୍ୟୁ ଏକ ଗୁଜବ ଥିଲା ଯାହା ଜାଣିଶୁଣି ପ୍ରଚାର କରାଯାଇଥିଲା । ୱାଗନର୍ ଚିଫ୍ ୟେଭେନି ପ୍ରିଗୋଜିନଙ୍କ ବିଷୟରେ ପୂର୍ବରୁ ଅନେକ ଥର ବିଭିନ୍ନ ପ୍ରକାର ଦାବି କରାଯାଇଛି । କିଛି ମାସ ପୂର୍ବେ, ୟୁକ୍ରେନ ଗୁପ୍ତଚର ଏଜେନ୍ସି ମୁଖ୍ୟ କିରିଲ ବୁଡାନୋଭ କହିଥିଲେ ଯେ ୱାଗନର୍ ଚିଫ୍ ପ୍ରିଗୋଜିନ୍ ମୃତ ନା ଜୀବିତ ତାହା ମୁଁ ନିଶ୍ଚିତ ଭାବରେ କହି ପାରିବି ନାହିଁ । ହଁ, ଏହା ସତ୍ୟ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ସହ ଜଡିତ କୌଣସି ଠୋସ୍ ପ୍ରମାଣ ସାମ୍ନାକୁ ଆସି ନାହିଁ । ୟୁକ୍ରେନ ଇଣ୍ଟେଲିଜେନ୍ସ ଏଜେନ୍ସି ମୁଖ୍ୟ କିରିଲ ବୁଡାନୋଭଙ୍କ ଦାବି ମଧ୍ୟରେ ଏକ ଚିତ୍ର ବିଶ୍ୱକୁ ଚକିତ କରିଛି। ଏହି ଚିତ୍ର କେଉଁଠୁ ଆସିଛି ତାହା ନିଶ୍ଚିତ ହୋଇନାହିଁ, କିନ୍ତୁ ଚିତ୍ରରେ ଜଣେ ବ୍ୟକ୍ତି ବସ୍‌ରେ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି, ଯାହାଙ୍କ ରଙ୍ଗ ରୂପ ୱାଗନର୍ ଚିଫ୍ ୟେଭେନି ପ୍ରିଗୋଜିନ୍ ଙ୍କ ସହିତ ମେଳ ପୁରା ଖାଉଛି ।

    ୟେଭେଗେନି ପ୍ରିଗୋଜିନ୍ ଙ୍କ ବିଷୟରେ ଏହା ପୂର୍ବରୁ ଦାବି ହୋଇସାରିଛି ଯେ ଅଗଷ୍ଟ ୨୩ ରେ ଘଟିଥିବା ବିମାନ ଦୁର୍ଘଟଣାରେ ପ୍ରିଗୋଜିନ୍ ଙ୍କର ମୃତ୍ୟୁ ନୁହେଁ ବରଂ ତାଙ୍କର ଅବିକଳ ଆଉ ଜଣଙ୍କର ମୃତ୍ଯୁ ହେଇଥିଲା ।  ଏଭଳି ପରିସ୍ଥିତିରେ ପ୍ରିଗୋଜିନଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି ।ପ୍ରିଗୋଜିନଙ୍କ ମୃତ୍ୟୁକୁ ନେଇ କାହିଁକି ସସପେନ୍ସ ରହିଛି ?୨୦୧୯ ମସିହାରେ ଆଫ୍ରିକାରେ ମଧ୍ୟ ସମାନ ଦୁର୍ଘଟଣା ଘଟିଥିଲା ​​ଯେଉଁଥିରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏପରିକି ଏହି ଦୁର୍ଘଟଣା ସମୟରେ ପ୍ରିଗୋଜିନ୍ ବିମାନରେ ଥିବା ଏବଂ ତାଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଇଥିଲା । କିନ୍ତୁ କିଛି ଦିନ ପରେ ଜଣାପଡିଲା ଯେ ସେହି ବିମାନରେ ପ୍ରିଗୋଜିନ୍ ଉପସ୍ଥିତ ନଥିଲେ । ବିଶେଷ କଥା ହେଲା ସେହି ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ତାଲିକାରେ ପ୍ରିଗୋଜିନଙ୍କ ନାମ ରହିଥିଲା । ପରେ, ଯେତେବେଳେ ଏହା ପ୍ରମାଣିତ ହେଲା ଯେ ପ୍ରିଗୋଜିନ୍ ଜୀବିତ ଥିଲେ, ସେତେବେଳେ ଜଣାପଡିଥିଲା ​​ଯେ ଏହି ଦୁର୍ଘଟଣା ସମୟରେ ପ୍ରିଗୋଜିନ୍ ସିରିଆରେ ଏକ ଗୁପ୍ତ ମିଶନ କାର୍ଯ୍ୟରେ ନିୟୋଜିତ ଥିଲେ ।

    ୱାଗନର୍ ମୁଖ୍ୟ ବୋଲି ଘନିଷ୍ଠ ବ୍ୟକ୍ତିମାନେ ଅସ୍ୱୀକାର କରିଥିଲେରୁଷରେ ୱାଗନର୍ ଚିଫ୍ ପ୍ରିଗୋଜିନଙ୍କ ଏକ ଫଟୋ ସାରା ବିଶ୍ୱରେ ଏକ ହଇଚଇ ସୃଷ୍ଟି କରିଛି ।  ଯେତେବେଳେ ଏହି ଫଟୋ ଯାଞ୍ଚ ହେଲା ଯିଏ ପ୍ରିଗୋଜିନ୍ ପରି ଦେଖାଯାଉଥିଲା, ଅନେକ ଲୋକଙ୍କ କହିଥିଲେ ଯେଉଁମାନେ ପ୍ରିଗୋଜିନଙ୍କ  ନିକଟତର ଥିଲେ, ସେମାନେ କହିଥିଲେ ଯେ ଯେଉଁ ବ୍ୟକ୍ତିଙ୍କ ଫଟୋ ସାରା ବିଶ୍ୱରେ ଭାଇରାଲ ହେଉଛି, ସେ ପ୍ରିଗୋଜିନ୍ ସହିତ କିଛି ମାତ୍ରାରେ ସମାନ, କିନ୍ତୁ ଯଦି ଆପଣ ଯତ୍ନର ସହ ଦେଖନ୍ତି ତେବେ ରୂପରେ ବହୁତ ପାର୍ଥକ୍ୟ ଅଛି । ଉଭୟର ୱାଗନର୍ ଆର୍ମି ସହିତ ଜଡିତ ଲୋକମାନେ ମଧ୍ୟ ଏହି ବ୍ୟକ୍ତିଙ୍କ ୱାଗନର୍ ଚିଫ୍ ପ୍ରିଗୋଜିନ୍ ବୋଲି ଧାରଣାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.6 ° C
    25.6 °
    25.6 °
    92 %
    2.1kmh
    100 %
    Sat
    26 °
    Sun
    31 °
    Mon
    30 °
    Tue
    31 °
    Wed
    30 °

    ସମ୍ବନ୍ଧିତ