Tuesday, October 6, 2026
28.6 C
Odisha

    WAQF ବିଲକୁ ପାସ କଲା JPC

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ୱାକଫ ଆକ୍ଟରେ ସଂଶୋଧନ ନେଇ ବିରୋଧୀ ସାଂସଦଙ୍କ ସମସ୍ତ ପ୍ରସ୍ତାବକୁ ମିଳିତ ସଂସଦୀୟ କମିଟି (ଜେପିସି) ପ୍ରତ୍ୟାଖ୍ୟାନ କରିଛି। JPC ଆଜି ଅପରାହ୍ନରେ 14 ଟି ପରିବର୍ତ୍ତନ ସହିତ ୱାକଫ ସଂଶୋଧନ ବିଲ୍ ଅନୁମୋଦନ କରିଛି। ଗତ ବର୍ଷ ଅଗଷ୍ଟ ମାସରେ ଏହି ବିଲ୍ ଗୃହରେ ଆଗତ କରାଯାଇଥିଲା। ଭାରତୀୟ ଜନତା ପାର୍ଟି (ବିଜେପି) ର ଜଗଦମ୍ବିକା ପାଲଙ୍କ ନେତୃତ୍ୱରେ ବିରୋଧୀ ସାଂସଦମାନେ କମିଟିରେ 44 ଟି ସଂଶୋଧନ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସମସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି।

    ରିପୋର୍ଟ ଅନୁଯାୟୀ, ଜାନୁଆରୀ 29 ରେ 14 ଟି ପ୍ରସ୍ତାବିତ ପରିବର୍ତ୍ତନ ଉପରେ ଭୋଟ୍ ଦିଆଯିବ ଏବଂ ଜାନୁଆରୀ 31ରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯିବ।ସଂଶୋଧନ ଅଧ୍ୟୟନ ପାଇଁ ଗଠିତ କମିଟିର ଅନେକ ବୈଠକ ଅନୁଷ୍ଠିତ ହୋଇଥିଲା, କିନ୍ତୁ ଅନେକ ବୈଠକ ବିଶୃଙ୍ଖଳାରେ ଶେଷ ହୋଇଥିଲା। ବିରୋଧୀ ସାଂସଦମାନେ ବାଚସ୍ପତିଙ୍କୁ ଶାସକ ଦଳ ପ୍ରତି ପକ୍ଷପାତିତା କରିଥିବା ଅଭିଯୋଗ କରିଛନ୍ତି। ଗତ ସପ୍ତାହରେ ବିରୋଧୀ ସାଂସଦମାନେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି, ସେମାନଙ୍କ ଚିନ୍ତା ପ୍ରକଟ କରିଥିଲେ। ସେମାନେ କହିଛନ୍ତି ଯେ, ଜଗଦମ୍ବିକା ପାଲ ଫେବୃଆରୀ 5ରେ ଦିଲ୍ଲୀରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ୱାକଫ ସଂଶୋଧନ ବିଲ୍ ଶୀଘ୍ର ପାସ କରିବାକୁ ଚେଷ୍ଟା କରୁଛନ୍ତି। ଏହି ଅପିଲ ୧୦ ବିରୋଧୀ ସାଂସଦମାନଙ୍କ ନିଲମ୍ବନ ପରେ ଆସିଛି । ସେମାନଙ୍କର ଅଭିଯୋଗ ଥିଲା ଯେ, ସେମାନେ ପରିବର୍ତ୍ତନ ହୋଇଥିବା ଅଧ୍ୟୟନ କରିବାର ସମୟ ଦିଆଯାଉନାହିଁ ।ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସର କଲ୍ୟାଣ ବାନାର୍ଜୀ ଏବଂ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସ୍ଲିମୀନର ମୁଖ୍ୟ ଅସଦୂଦ୍ଦୀନ ଓୱାଇସି ସାମିଲ ଥିଲେ । ଏହି ଦୁଇ ଜଣ ଓକଫ ସଂଶୋଧନ ବିଲ୍‌ର ଦୃଢ ବିରୋଧୀ ଥିଲେ ।ଉଦାହରଣ ସୂରୂପ, ଅକ୍ଟୋବରରେ ବାନାର୍ଜୀଙ୍କ ରୁଦ୍ର ରୂପ ଦେଖିବାକୁ ମିଳିଥିଲା । ଏହି ସମୟରେ ସେ ଟେବୁଲ ଉପରେ ଏକ କାଚର ଗ୍ଲାସ ଭାଙ୍ଗିଦେଇଥିଲେ । ପରେ ସେ ଏହାର କାରଣ ବିଷୟରେ କହିଥିଲେ ।

    ସେ କହିଥିଲେ ଯେ, ଅନ୍ୟ ଜଣେ ବିଜେପି ସାଂସଦ, କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ତାଙ୍କ ପରିବାର ବିରୋଧରେ ଅଶ୍ଳୀଳ ଭାଷାର ବ୍ୟବହାର କରିଥିଲେ ଏବଂ ଏହା ହିଁ ତାଙ୍କୁ କ୍ରୋଧିତ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    75 %
    0.8kmh
    1 %
    Tue
    25 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ