Saturday, October 3, 2026
24.7 C
Odisha

    ଜୟା ଅଭିତାଭ ବଚ୍ଚନ ବୋଲି କହି ସମ୍ବୋଧନ କରାଯିବା ପରେ ରାଗିଗଲେ ରାଜନେତ୍ରୀ, କହିଲେ ଏପରି

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ଗତକାଲି ରାଜ୍ୟସଭାର ଡେପୁଟି ଚେୟାରମ୍ୟାନ୍ ହରିବଂଶ ନାରାୟଣ ସିଂ ତାଙ୍କ ସ୍ୱାମୀଙ୍କ ନାମ ବ୍ୟବହାର କରି ତାଙ୍କୁ ସମ୍ବୋଧିତ କରିବା ପରେ ବରିଷ୍ଠ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟା ବଚ୍ଚନ ଦୃଢ଼ ଆପତ୍ତି ଉଠାଇଥିଲେ।
    ହରିବଂଶ ନାରାୟଣ ତାଙ୍କୁ ଶ୍ରୀମତି ଜୟା ଅମିତାଭ ବଚ୍ଚନ ଜୀ ବୋଲି ସମ୍ବୋଧନ କରି ମତ ରଖିବାକୁ କହିଥିବା ବେଳେ ତାହାକୁ ବି‌ରୋଧ କରିଥିଲେ ଜୟା। ସେ କହିଥିଲେ କି ‘ସାର୍‌, ମୋତେ କେବଳ ଜୟା ବଚ୍ଚନ ଯଥେଷ୍ଟ ହୋଇଥାନ୍ତା’। ଏହା ପରେ ହରିବଂଶ ନାରାୟଣ ସିଂ ଦର୍ଶାଇଥିଲେ ଯେ ସଂସଦର ରେକର୍ଡରେ ତାଙ୍କ ନାମ ଜୟା ଅମିତାଭ ବଚ୍ଚନ ଭାବରେ ସରକାରୀ ଭାବେ ପଞ୍ଜୀକୃତ ହୋଇଛି।

    ତା’ପରେ ଟିକେ ହସି ଜୟ କହିଥିଲେ, ‘‘ଏହା କିଛି ନୂଆ କଥା ନୁହେଁ। ମହିଳାମାନଙ୍କୁ ନିଜ ସ୍ୱାମୀଙ୍କ ନାମରେ ସ୍ୱୀକୃତି ଦିଆଯିବା ଅତି ସାଧାରଣ କଥା। ଯେପରି ସେମାନଙ୍କର (ମହିଳାମାନଙ୍କର) କୌଣସି ଅସ୍ତିତ୍ୱ କିମ୍ବା କୌଣସି ସଫଳତା ନାହିଁ।’’ପରେ ଜୟା ବଚ୍ଚନ ଦିଲ୍ଲୀର ଏକ କୋଚିଂ ସେଣ୍ଟରରେ ତିନି ଜଣ ୟୁପିଏସସି ଆଶାୟୀଙ୍କ ମୃତ୍ୟୁ ପ୍ରସଂଗକୁ ଉଠାଇଥିଲେ। ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଘଟଣା ଏବଂ ଆମେ ଏହି ପ୍ରସଙ୍ଗରେ ରାଜନୀତି ଆଣିବା ଉଚିତ ନୁହେଁ।

    ଗତ ସପ୍ତାହରେ ପୂର୍ବ ଦିଲ୍ଲୀର ଏକ କୋଚିଂ ସେଣ୍ଟରର ବନ୍ୟାଜଳ ପଶି ବେସମେଣ୍ଟରେ ତିନିଜଣ ଛାତ୍ର ବୁଡ଼ି ଯାଇଥିଲେ। ଏହି ଘଟଣାରେ ପରେ ଛାତ୍ରଛାତ୍ରୀ ବିରୋଧ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    83 %
    1.4kmh
    16 %
    Sat
    24 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ