Saturday, April 11, 2026
24 C
Odisha

    ୧୦ ରାଜ୍ୟର ୩୧ ବିଧାନସଭା ଆସନ ପାଇଁ ସରିଲା ଉପ-ନିର୍ବାଚନ

    ଆଗକୁ ପଢନ୍ତୁ

    ରାଜନୀତିରେ ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କ ଡେବ୍ୟୁ । ୱାୟନାଡ ଲୋକସଭା ଆସନରେ ଉପନିର୍ବାଚନ ସହ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଛନ୍ତି । ଯଦି ସେ ନିର୍ବାଚନ ଜିତିବେ ତେବେ ପ୍ରଥମ ଥର ପାଇଁ ସଂସଦକୁ ଯିବେ । ଏଥିସହ ଗାନ୍ଧୀ ପରିବାର ୩ ସଦସ୍ୟ ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କୁ ଏକାସହ ସଂଦରେ ଦେଖିବାକୁ ମିଳିପାରେ । ଭୋଟ ପଡିଲା, ଭାଗ୍ୟପରୀକ୍ଷା ହେଲା । ଇନ୍ଦିରା ଗାନ୍ଧୀ, ବୋହୁ ତଥା ରାଜୀବ ଗାନ୍ଧୀଙ୍କ ପତ୍ନୀ ସୋନିଆ ଗାନ୍ଧୀଙ୍କ ପରେ ଦୀର୍ଘବର୍ଷ ବ୍ୟବଧାନରେ ଗାନ୍ଧୀ ପରିବାରର ଝିଅ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଭାଇ ରାହୁଲ ଏହି ଆସନ ଛାଡିବା ପରେ ପ୍ରିୟଙ୍କା ୱାୟନାଡରୁ ଲଢ଼ି ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଛନ୍ତି । ତେବେ ୱାୟନାଡ ଇତିହାସ କହେ କଂଗ୍ରେସ ଓ ୱାୟନାଡର ଦୀର୍ଘଦିନ ସମ୍ପର୍କ । ଇନ୍ଦିରା ଗାନ୍ଧୀଙ୍କ ସମୟରୁ ଏହି ଆସନରେ କଂଗ୍ରେସର ଦବଦବା ରହିଛି । ଆଉ ୫ବର୍ଷ ଧରି ଜନତାଙ୍କ ସେବା କରି ମନଜିତିଥିବା ରାହୁଲଙ୍କ ପରେ ଏବେ ଭାଗ୍ୟ ପରୀକ୍ଷା କରିଛନ୍ତି ପ୍ରିୟଙ୍କା ।

    ୱାୟନାଡରେ ପ୍ରିୟଙ୍କାଙ୍କ ପାଇଁ ପ୍ରମୁଖ ପ୍ରତିଦ୍ୱନ୍ଦି ସାଜିଛନ୍ତି ଏଲଡିଏଫର ସତ୍ୟନ ମୁକେରୀ ଓ ବିଜେପିର ନଭ୍ୟା ହରିଦାସ । ୫ବର୍ଷ ପରେ ପୁଣି ୱାୟନାଡକୁ କବଜା କରିବା ପାଇଁ ମୌକା ମିଳିଥିବାରୁ ଏହାକୁ ହାତ ଛଡା କରିବାକୁ ଉଭୟ ଦଳ ଚାହୁଁନାହାଁନ୍ତି । ତେଣୁ ବିଭିନ୍ନ ପ୍ରସଙ୍ଗ ସହ କଂଗ୍ରେସକୁ ଟାର୍ଗେଟ କରିଥିଲେ । ୱାୟନାଡ ଛାଡି ରାହୁଲ ରାଏବରେଲୀକୁ ଯିବା ପରେ ବିଜେପି ତାଙ୍କୁ ବିଶ୍ୱାସଘାତକ କହି ଭୋଟ ମାଗିଛି । ଅନ୍ୟପକ୍ଷରେ ଏଲଡିଏଫ କହିଛି ଅଳ୍ପସଂଖ୍ୟକ ବିରୋଧୀ ହେଉଛି କଂଗ୍ରେସ । ୱାୟନାଡ ହାତ କେବେବି ଛାଡିପାରେ । ଉଭୟ ଦଳକୁ ଚେକ ଦେବାକୁ ଇମୋସନାଲ କାର୍ଡ ଖେଳିଛନ୍ତି ପ୍ରିୟଙ୍କା । ୱାୟନାଡର ଭୟଙ୍କର ଭୁସ୍ଖଳନଠୁ ନେଇ ରାହୁଲଙ୍କ ସେବାକୁ ପ୍ରସଙ୍ଗ କରି ଭୋଟ ମାଗିଥିଲେ ପ୍ରିୟଙ୍କା ଗାନ୍ଧୀ ।

    ୱାୟନାଡ: କ’ଣ ଥିଲା ନିର୍ବାଚନୀ ପ୍ରସଙ୍ଗ?
    ବିକାଶର ବହୁ ପଛରେ ରହିଛି ୱାୟନାଡ
    ଜନତାଙ୍କ ଆବଶ୍ୟକତାକୁ ନିର୍ବାଚନୀ ଇସ୍ତାହାରରେ ସ୍ଥାନ ଦେଇଥିଲେ ଦଳ
    ମେଡିକାଲ କଲେଜ, ପକ୍କା ରାସ୍ତା, ଜଙ୍ଗଲ ସୁରକ୍ଷା ଥିଲା ପ୍ରମୁଖ ପ୍ରସଙ୍ଗ
    ସେପଟେ ଏଲଡିଏଫ ମଧ୍ୟ ୟୁଡିଏଫର ବିଫଳତାକୁ ପ୍ରସଙ୍ଗ କରିଛି

    କୁହାଯାଏ ୱାୟନାଡରେ କଂଗ୍ରେସର ଦବଦବା ରହିଛି । ଏହି ନିର୍ବାଚନରେ ଯଦି ପ୍ରିୟଙ୍କା ଜିତୁଛନ୍ତି ତେବେ କଂଗ୍ରେସକୁ ଅନେକ ଫାଇଦା ରହିଛି । ତେବେ ଏହି ଆସନ କେବଳ କଂଗ୍ରେସ ନୁହେଁ ପ୍ରିୟଙ୍କାଙ୍କ ପାଇଁ ମଧ୍ୟ ସେତିକି ଜରୁରୀ । ଗାନ୍ଧୀ ପରିବାରରୁ ରାହୁଲଙ୍କ ପରେ ପ୍ରିୟଙ୍କା ସାଂସଦ ହେବେ । ବଡ ସଫଳତାରୁ ପଲିଟିକାଲ ଡେବ୍ୟୁ କରିବେ । ଦଳକୁ ନୂଆ ଦିଗ ମିଳିବ । ଲୋକସଭାରେ କଂଗ୍ରେସର ସ୍ଥିତି ଅଧିକ ମଜଭୂତ ହେବ । ୱାୟନାଡ ସହ ଯୋଡି ରହିବାକୁ ଆଗାମୀ ୫ବର୍ଷର ମୌକା ମିଳିବ । ଅପେକ୍ଷା ୨୩ ତାରିଖକୁ କିଏ ଜିତୁଛି ୱାୟନାଡ ଲଢ଼େଇ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    48 %
    1.4kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ