Monday, March 30, 2026
33.2 C
Odisha

    ସେମାନଙ୍କୁ ମାଟିରେ ପୋତି ଦେବୁ: ବିଜେପି ନେତାଙ୍କ ବିରୋଧରେ କହିଲେ ଉଦ୍ଧବ ଠାକରେ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଶିବସେନା (ୟୁବିଟି) ସୁପ୍ରିମୋ ଉଦ୍ଧବ ଠାକରେ ବୁଧବାର ମୁମ୍ବାଇର ରଙ୍ଗସାରଦରେ ଦଳର ବିଭାଗୀୟ ମୁଖ୍ୟ ତଥା ଶାଖା ମୁଖ୍ୟଙ୍କ ବୈଠକ ଡାକିଥିଲେ। ବିଧାନସଭା ନିର୍ବାଚନ ପୂର୍ବରୁ ଉଦ୍ଧବଙ୍କ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଦଳର ଅଧିକାରୀମାନଙ୍କୁ ସମ୍ବୋଧିତ କରିବାବେଳେ ଉଦ୍ଧବ ଦେବେନ୍ଦ୍ର ଫଡନାଭିସଙ୍କୁ କଡ଼ା ସମାଲୋଚନା କରିଥିଲେ। ଉଦ୍ଧବ ତାଙ୍କୁ ଚେତାବନୀ ଦେଇଥିଲେ ଯେ, ଆପଣ ରହିବେ କିମ୍ବା ମୁଁ ରହିବି। ଏହା ସହ ଫଡନାଭିସଙ୍କ ବିରୋଧରେ ଉଦ୍ଧବ କଠୋର ମନ୍ତବ୍ୟ ଦେଇଥିଲେ।

    ଉଦ୍ଧବ କହିଥିଲେ ଆରମ୍ଭରୁ ବିଜେପି ଭଙ୍ଗାଗଢ଼ା ରାଜନୀତି କରିଆସୁଛି। ଆଜି ମୁଁ ଏହି ପ୍ଲାଟଫର୍ମରୁ ଘୋଷଣା କରୁଛି ଯେ ଯିଏ ଯିବାକୁ ଚାହୁଁଛି ସେ ବର୍ତ୍ତମାନ ଯିବା ଉଚିତ୍। ଆଜି ପର୍ଯ୍ୟନ୍ତ ଆମେ ଏତେ ସହିଛୁ ତଥାପି ମୁଁ ଦୃଢ଼ ଭାବରେ ଠିଆ ହୋଇଛି। ବର୍ତ୍ତମାନ ଫଡନାଭିସ୍ ରହିବେ କିମ୍ବା ଆମେ ରହିବୁ ।

    ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଅଭିଯୋଗ ସମ୍ପର୍କରେ ଉଦ୍ଧବ କହିଛନ୍ତି ଦେବେନ୍ଦ୍ର ଫଡନାଭିସ୍ ମୋତେ ଏବଂ ଆଦିତ୍ୟ ଠାକରେଙ୍କୁ ଜେଲରେ ରଖିବା ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି। ଆଜି ମୁଁ ଘୋଷଣା କରୁଛି ଯେ ତୁମେ ମୋ ଠାରୁ ସବୁକିଛି ଛଡ଼ାଇ ନିଅ। କିନ୍ତୁ ଆମେ ସରକାର ଗଠନ କରିବୁ। ସେଭଳି ଲୋକଙ୍କୁ ଆମେ ମାଟିରେ ‌ପୋତି ଦେବା। ଏହି ଶପଥ ନେଇ ବୈଠକରୁ ଯାଅ ବୋଲି ଉଦ୍ଧବ କହିଛନ୍ତି। ଆମ ମାମଲା ସୁପ୍ରିମକୋର୍ଟରେ ଚାଲିଛି।

    ଉଦ୍ଧବ କହିଛନ୍ତି ମୁଁ ମୋର ‘ଶିବସେନା’ ନାମ ଏବଂ ଚିହ୍ନ ଚାହୁଁଛି। ତାହା ନ ପାଇବା ପର୍ଯ୍ୟନ୍ତ ମଶାଲର ପ୍ରଚାର କର। ପ୍ରତ୍ୟେକ ଘରକୁ ମଶାଲ ନିଅ। ମୁସଲମାନ୍ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ଆମ ସହିତ ବହୁ ପରିମାଣରେ ଯୋଗ ଦେଇଛନ୍ତି। ଯେଉଁମାନେ ଯିବାକୁ ଚାହାଁନ୍ତି, ମୁକ୍ତ ଭାବରେ ଯାଆନ୍ତୁ। କିନ୍ତୁ ଭିତରେ ରହି ବିଶ୍ୱାସଘାତକତା କରନ୍ତୁ ନାହିଁ।

    ଉଦ୍ଧବଙ୍କ ଭାଷଣ ନେଇ ଭାରତୀୟ ଜନତା ପାର୍ଟି ପାଲଟା ଜବାବ ଦେଇଛି। ଦଳର ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ କହିଛନ୍ତି ଫଡନାଭିସଙ୍କ ବିଷୟରେ ଉଦ୍ଧବ ଦେଇଥିବା ମନ୍ତବ୍ୟ ଅହଂକାରରେ ପରିପୂର୍ଣ୍ଣ। ଜନସାଧାରଣ ତାଙ୍କର ଅହଂକାରକୁ ଭାଙ୍ଗିବେ। ମୁଖ୍ୟମନ୍ତ୍ରୀ ଥିବାବେଳେ ଉଦ୍ଧବ ଫଡନାଭିସଙ୍କୁ ଜେଲରେ ରଖିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ଏହା କରିପାରି ନ ଥିଲେ ଏବଂ ବର୍ତ୍ତମାନ ଫଡନାଭିସଙ୍କୁ ହଟାଇବା ବିଷୟରେ କହୁଛନ୍ତି । ତାହା ମଧ୍ୟ ବିଫଳ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ