Sunday, April 12, 2026
36.4 C
Odisha

    ସାରା ରାଜ୍ୟରେ ଜାରି ରହିଛି ଝଡ଼ି ବର୍ଷା, ଆଗାମୀ ୨୪ ଘଣ୍ଟାରେ ଆହୁରି ବର୍ଷିବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଝଡ଼ି ବର୍ଷା। ଗତକାଲିଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ପଶ୍ଚିମାବାୟୁ ସ୍ରୋତରେ ସୃଷ୍ଟିହୋଇଥିବା ନିମ୍ନଚାପ ରେଖା ଯୋଗୁ ବର୍ଷା ଲାଗିରହିଛି। ଏହାସହ ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ସୃଷ୍ଟିହୋଇଥିବା ନିମ୍ନଚାପ ରେଖା ସହ ଜଡିତ ପଶ୍ଚିମା-ଶୁଷ୍କବାୟୁ ସହ ବଙ୍ଗୋପସାଗର ଅଞ୍ଚଳରୁ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟମଧ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପରସ୍ପର ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ପରିସ୍ଥିତି ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା, କୁଆପଥର, ଝଡପବନ ତଥା ଭାରିବର୍ଷା ଲାଗିରହିଛି। ବିଶେଷ କରି ଆଜି ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ପୁରୀ, କଟକ, କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକରେ ପାହାନ୍ତିଆ ସମୟରୁ ଲାଗିରହିଛି ଝଡ଼ିବର୍ଷା। ଆଗାମୀ ୨୪ ଘଂଟାରେ ଏହିସବୁ ଜିଲ୍ଲାରେ ବର୍ଷର ମାତ୍ରା ଅଧିକ ରହିବ। ଏନେଇ ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନର ଦେଇଛନ୍ତି। ଆସନ୍ତା ୨୪ ଘଣ୍ଟାରେ ଭାରି ବର୍ଷା ପାଇଁ ଯାଜପୁର , କଟକ , ନୟାଗଡ , ବୌଦ୍ଧ ଓ କନ୍ଧମାଳ ଏହି ଜିଲ୍ଲାଗୁଡିକରେ ଭାରି ବର୍ଷା ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ଏହାସହ ଭାରି ବର୍ଷା ପାଇଁ ଗଂଜାମ, ଗଜପତି, ରାୟଗଡା ,ପୁରୀ ଅନୁଗୁଳ , ବୌଦ୍ଧ , କଟକ ,ଖୋର୍ଦ୍ଧା ,ନୟାଗଡ, କନ୍ଧମାଳ ଯାଜପୁର ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ୧୧ ଜିଲ୍ଲାକୁ ବର୍ଷା ପାଇଁ ହଳଦିଆ ଚେତାବନୀ ଦିଆଯାଇଛି। ଏହି ବର୍ଷାର ପ୍ରଭାବ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟ ଜାରି ରହିବ। ସେହପରି ପାଶ୍ୱବର୍ତ୍ତୀ ଜିଲ୍ଲା ଦକ୍ଷିଣ ଓଡ଼ିଶାରେ ମଧ୍ୟ ହାଲୁକରୁ ମଧ୍ୟମ ଧାରଣା ବର୍ଷା ଅନୁଭୂତ ହେବ। ବର୍ଷା ଓ କୁଆପଥର ବର୍ଷା ପ୍ରଭାବରେ ଚାଷ ମଧ୍ୟ ବିଶେଷ ଭବେ ପ୍ରଭାବିତ ହେବାର ସଂଭାବନା ରହିଛି ତେଣୁ ଏହାକୁ ନେଇ ମଧ୍ୟ ଚାଷୀମାନଙ୍କୁ ଚେତାବନୀ ଦିଆଯାଇଛି।

    ଗତକାଲିର ବର୍ଷା ସହ ବୌଦ୍ଧରେ ୬୬ ମିମି ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ସେହିପରି ଦାରିଙ୍ଗିବାଡ଼ିରେ ୬୬.୦୦, ତାଳଚେରରେ ୬୫.୦୦ ମିମି, ନୟାଗଡରେ ୩୨.୦୦ ମିମି ଓ ଭୁବନେଶ୍ୱର ୨୫.୦୬ ମିମି ବର୍ଷା ରେକର୍ଡ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    11 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ