Sunday, October 4, 2026
29.6 C
Odisha

    ୨୯ ତାରିଖ ପରଠୁ ରାଜ୍ୟରେ ବଢ଼ିବ ତାପମାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମାର୍ଚ୍ଚ ୨୯ ତାରିଖ ପରଠୁ ସ୍ଵାଭାବିକଠାରୁ ବଢିବ ୨ରୁ ୪ ଡିଗ୍ରି ତାପମାତ୍ରା ଏପ୍ରିଲ ପ୍ରଥମ ସପ୍ତାହରୁ ବଢ଼ିବ ତାପମାତ୍ରା। ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ହେବ ସ୍ଥିତି। ମାର୍ଚ୍ଚ ୨୮ ରୁ ହଟ୍ ଓ୍ବେଦର କଣ୍ଡିସନ। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।
    ସେ କହିଛନ୍ତି, ଗତକାଲି ରାଜ୍ୟର ୬ ସହରରେ ତାପମାତ୍ରା ୩୭ ଡିଗ୍ରି ରେକର୍ଡ କରାଯାଇଛି। ୩ ଟି ସହରରେ ୩୮ ଡିଗ୍ରିରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ସର୍ବାଧିକ ଦିନ ତାପମାତ୍ରା ୩୮ ଡିଗ୍ରି ବଲାଙ୍ଗୀରରେ ରେକର୍ଡ କରାଯାଇଛି। ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରି ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ପାଗ ମୁଖ୍ୟତଃ ଶୁଖିଲା ରହିବ, ଶୁଷ୍କ ବାୟୁ ପ୍ରବାହିତ ହେବ ଏବଂ ତା ସହ ବର୍ଷା ହେବାର ସମ୍ଭାବନା ନାହିଁ। ତେଣୁ ଦିନ ମାତ୍ର ବଢ଼ିବାର ଆଶଙ୍କା କରାଯାଉଛି।ଏହା ସହ ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ବୃଦ୍ଧି ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଗାମୀ ସପ୍ତାହରେ ସ୍ଵାଭାବିକ ଠାରୁ ଅଧିକ ରହିବ ତାପମାତ୍ରା। ଉପକୂଳ ଓଡ଼ିଶାରେ ୩୫ରୁ ୩୭ ଡିଗ୍ରି ସୀମିତ ରହିବ ଓ ଆଭ୍ୟନ୍ତରୀଣରେ ୩୫ ରୁ ୩୯ ଓ ତିନି ଦିନ ପରେ କେତକ ସ୍ଥାନରେ ୪୦ ଡିଗ୍ରି ଛୁଇଁବା ନେଇ ଆଶଙ୍କା କରାଯାଇଛି। ୩୧ ତାରିଖ ପରଠୁଁ କିଛି ଜାଗାରେ ନିମ୍ନ ଚାପରେଖା ଓ ପଶ୍ଚିମା ଝଡ଼ ପ୍ରଭାବରେ କାଁ ଭାଁ ବର୍ଷା ହୋଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ