Saturday, October 3, 2026
23.6 C
Odisha

    ୱେଲଫେୟାର ହାଉସିଂ ଅର୍ଗାନାଇଜେସନ୍ ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଅମର ଜୱାନ୍”

    ଆଗକୁ ପଢନ୍ତୁ

    ଭୂବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପଠାରେ ଆର୍ମି ୱେଲଫେୟାର ହାଉସିଂ ଅର୍ଗାନାଇଜେସନ୍ ପକ୍ଷରୁ କାରଗିଲ ବିଜୟ ଦିବସର ରୌପ୍ୟଜୟନ୍ତୀ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଅମର ଜୱାନ୍” ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନନୀୟ ଅତିଥିଭାବେ ଯୋଗଦେଇଥିଲେ ସହିଦ୍ ମହାବୀରଚକ୍ର ମେଜର ପଦ୍ମପାଣି ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଶ୍ରୀମତୀ ଚାରୁଲତା ଆଚାର୍ଯ୍ୟ, ଲେଫ୍ଟନାଣ୍ଟ ଜେନେରାଲ ଜେ.କେ.ମହାନ୍ତି, ୟୁ.ସି.ସି. ଆଇଏଲ୍ ଗ୍ଲୋବାଲ୍ ଟ୍ରେଡ଼୍ ଏକ୍ସପୋର ଅଧ୍ୟକ୍ଷ ଶ୍ରୀଯୁକ୍ତ ପିୟୁଷ୍ ମହାନ୍ତି । ଆର୍ମି ୱେଲଫେୟାର ହାଉସିଂ ଅର୍ଗାନାଇଜେସନ୍ ର ସଭାପତି ତଥା ଓ.ପି.ଏସ୍.ସି ର ପୂର୍ବତନ ଅଧ୍ୟକ୍ଷ ବ୍ରିଗେଡ଼ିୟର ଲକ୍ଷ୍ମୀଚରଣ ପଟ୍ଟନାୟକଙ୍କ ଅଧକ୍ଷତାରେ ଆୟୋଜିତ ସଭା କାର୍ଯ୍ୟରେ ମହାମହିମ ରାଜ୍ୟପାଳ କହିଥିଲେ ଦେଶରକ୍ଷା କ୍ଷେତ୍ରରେ ଯବାନ୍ ମାନଙ୍କର ଭୂମିକା ଅତୁଳନୀୟ । କାରଗିଲ ଯୁଦ୍ଧରେ ଦେଶପାଇଁ ଜୀବନ ଦେଇଥିବା ସହିଦ୍ ମହାବୀରଚକ୍ର ମେଜର ପଦ୍ମପାଣି ଆଚାର୍ଯ୍ୟଙ୍କ ବୀରତ୍ୱକୁ ଏ ଦେଶ  ସବୁଦିନ ମନେରଖିବ । ସମସ୍ତ ଅତିଥିମାନେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜବାନମାନେ ଯେ ପ୍ରକୃତ ହୀରୋ ପ୍ରକାଶ କରିଥିଲେ । କାରଗିଲ୍ ବିଜୟରେ ଓଡ଼ିଶାର
    ଜବାନ୍ ମାନଙ୍କର ପରାକାଷ୍ଠା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ଏବଂ ମେଜର ଆଚାର୍ଯ୍ୟ ସବୁବେଳେ ସ୍ମରଣୀୟ ହୋଇରହିବେ ବୋଲି ପ୍ରକାଶ କରିଥିଲେ ଆର୍ମି ୱେଲଫେୟାର ହାଉସିଂ ଅର୍ଗାନାଇଜେସନର ସଭାପତି ବ୍ରିଗେଡ଼ିୟର ଲକ୍ଷ୍ମୀଚରଣ ପଟ୍ଟନାୟକ । ଏହି ଅବସରରେ ମହାମହିମ ରାଜ୍ୟପାଳ ମହାବୀର ଚକ୍ର ମେଜର ପଦ୍ମପାଣି ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଚାରୁଲତା ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ଏହି ସ୍ୱତନ୍ତ୍ର
    କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଏସ୍.ଏନ୍.ଏମ୍ ଗ୍ରୁପ୍ ଓ ୟୁ.ସି.ସି.ଆଇ.ଏଲ୍. ଅନୁଷ୍ଠାନ ର ମୁଖ୍ୟଙ୍କୁ ସାଧୁବାଦ ଜଣାଇଥିଲେ । ପରେପରେ ଆୟୋଜିତ ସାଂସ୍କୃତିକ ସଂଧ୍ୟ୍ୟାରେ ବିଭିନ୍ନ ଦେଶାତ୍ମକବୋଧ ସଂଗୀତ ପରିବେଷଣ କରିଥିଲେ ବିଶିଷ୍ଟ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଗୁଡ଼ଲି ରଥ, ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ବିଷ୍ଣୁମୋହନ କବୀ, ଲିପ୍ସା ମହାପାତ୍ର, କୁଲଦୀପ୍ କେଡ଼ି । ଉପସ୍ଥାପନା କରିଥିଲେ କମଲ କିରନ ଓ ଲିପ୍ସା ପଣ୍ଡା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ କୌଶିକ୍ ମହାପାତ୍ର ଓ ହ୍ୱାଇଟକାନଭାସ ଇଭେଣ୍ଟର ସଦସ୍ୟମାନେ । ଏ.ଡ଼ବ୍ଲ୍ୟୁ.ଏଚ୍. ଓ ର ସମସ୍ତ ସଦସ୍ୟ ଓ ସଦସ୍ୟା ସହଯୋଗ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ଉପସଭାପତି କର୍ଣ୍ଣେଲ୍ କେ.ସି.ସେନାପତି । ଗତ ତା.୨୮.୦୭.୨୦୨୪ ରିଖ ଦିନ ଭୁବନେଶ୍ୱର ସ୍ଥିତ ପଟିଆ ଠାରେ ପଦ୍ମପାଣୀ ବିହାର କଲୋନୀରେ ମହାବୀର ଚକ୍ର ମେଜର ପଦ୍ମପାଣି ଆଚାର୍ଯ୍ୟ ଙ୍କ ଏକ ପ୍ରତିମୂର୍ତି ଲୋକାର୍ପଣ କରାଯାଇଛି ବୋଲି ସଦସ୍ୟ କର୍ଣ୍ଣେଲ୍ ପରମେଶ୍ୱର ପଣ୍ଡା ସୂଚନା ଦେଇଥିଲେ । ଏହି ଅମର୍ ଜବାନ୍ କାର୍ଯ୍ୟକ୍ରମରେ ୪୦୦ ରୁ ଉଦ୍ଧ୍ୱର୍ ଦେଶପ୍ରେମୀ,ବୁଦ୍ଧିଜିବୀ ତଥା ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ