Saturday, July 27, 2024
24.8 C
Odisha

    ପଶ୍ଚିମବଙ୍ଗ ଶକ୍ତିପୁରରେ ରାମ ନବମୀ ଶୋଭାଯାତ୍ରାରେ ହିଂସା

    ଆଗକୁ ପଢନ୍ତୁ

    ପୁଣି ପଶ୍ଚିମବଙ୍ଗରେ ହିଂସା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗରେ ବିଭିନ୍ନ ସମୟରେ ରାମନବମୀ ଶୋଭାଯାତ୍ରାରେ ଦଙ୍ଗା ହେବା ସହ ହିଂସା ଦେଖିବାକୁି ମିଳେ । ଏବେ ପୁଣି ପଶ୍ମିମବଙ୍ଗ ମୁର୍ଶିଦାବାଦରେ ଏଭଳି ଘଟଣା ସାମ୍ନାକୁ ଆସିଛି । ବୁଧବାର ସନ୍ଧ୍ୟାରେ ମୁର୍ଶିଦାବାଦ ଜିଲ୍ଲାର ରେଜିନଗର ଶକ୍ତିପୁର ଅଞ୍ଚଳରେ ରାମ ନବମୀ ଶୋଭାଯାତ୍ରାରେ ସଂଘର୍ଷ ଓ ହିଂସା କରାଯାଇଛି । ଯେଉଁଥରେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ରାମ ନବମୀ ଶୋଭାଯାତ୍ରା ଯାଉଥିବା ବେଳେ କିଛି ଲୋକ ଛାତ ଉପରେ ରହି ପଥର ମାଡ କରିଥିଲେ । ପରିସ୍ଥିତି ଉତ୍ତୋଜନା ପରେ ପୋଲିସ ଲାଠି ଚାର୍ଜ କରିବା ଆରମ୍ଭ କରିଥିଲା ।

    ସେପଟେ ବିଜେପି ଅଭିଯୋଗ କରିଛି ପଶ୍ମିମବଙ୍ଗରେ ଏଭଳି କାମ ହେବା କିଛି ନୁଆ କଥା ନୁହେଁ । ପ୍ରତିବର୍ଷ ରାମ ନବମୀରେ ଜାଣିଶୁଣି ଏଭଳି କିଛି ଲୋକ ଦଙ୍ଗା ସୃଷ୍ଟି କରିଥାନ୍ତି । ଯାହା ବର୍ତ୍ତମାନ ଦଙ୍ଗା ସୃଷ୍ଟି କରୁଥିବା ଲୋକମାନଙ୍କ ପାଇଁ ନୁଆ କଥା ନୁହେଁ । ହିନ୍ଦୁଙ୍କୁ ସ୍ୱତନ୍ତ୍ର ଭାବେ ଜାଣିଶୁଣି ଆକ୍ରମଣ କରାଯାଇଥାଏ । ସେପଟେ କିିଛିି ଦିନ ଆଗରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଥିଲେ ରାମ ନବମୀ ଦିନ କୈାଣସି ଦଙ୍ଗା ସୃଷ୍ଟି ନକରିବା ପାଇଁ କିନ୍ତୁ ଏବେ ଏହି ଘଟଣା ସାମ୍ନାକୁ ଆସିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ