Wednesday, October 23, 2024
21.7 C
Odisha

    ନବୀନ ନିବାସରେ ପ୍ରାର୍ଥୀଙ୍କ ଭିଡ, ଟିକେଟ୍ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ପହଁଚିଛନ୍ତି ପ୍ରାର୍ଥୀ

    ଆଗକୁ ପଢନ୍ତୁ

    ଟିକେଟ ମିଳିବା ପରେ ନବୀନ ନିବାସରେ ଲାଗିଛି ପ୍ରାର୍ଥୀଙ୍କ ଭିଡ଼ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବାକୁ ପହଁଚିଛନ୍ତି ପ୍ରାର୍ଥୀ । ରେଢାଖୋଲରୁ ପ୍ରାର୍ଥୀ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟ ନବୀନ ନିବାସରେ ପହଁଚିଛନ୍ତି । ପୂର୍ବରୁ ପ୍ରସନ୍ନ ସମ୍ବଲପୁରରୁ ରାଜ୍ୟସଭାକୁ ମନୋନିତ ହୋଇଥିବା ବେଳେ ଏଥର ରେଢାଖୋଲରୁ ନିର୍ବାଚନ ଲଢ଼ିବେ ।ସେହିପରି କଟକ ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର, ହିନ୍ଦୋଳ ବିଧାନସଭା ପ୍ରାର୍ଥୀ ସୀମା ନାୟକ, ଜୟପୁର ବିଧାୟିକା ପ୍ରାର୍ଥୀ ଇନ୍ଦିରା ନନ୍ଦ ମଧ୍ୟ ପହଁଚିଛନ୍ତି । ଜୟପୁରରୁ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରାର୍ଥୀ ହୋଇଥିବା ବେଳେ ଏଥିପାଇଁ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇନ୍ଦିରା । ଏହାଛଡ଼ା ଚିତ୍ରକୋଣ୍ଡା ବିଧାୟିକା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକ, ଦେବଗଡ଼ର ପ୍ରାର୍ଥୀ ଅରୁନ୍ଧତୀ ଦେବୀ, ଅନୁଗୁଳରୁ ଟିକେଟ ପାଇଥିବା ସଂଯୁକ୍ତ ସିଂ ଓ ସାନଖେମୁଣ୍ଡି ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଅନୁଗୁଳ ପ୍ରାର୍ଥୀ ସଂଯୁକ୍ତା ସିଂହ ଓ ପଦ୍ମପୁରରୁ ପ୍ରାର୍ଥୀ ହୋଇଥିବା ବର୍ଷା ସିଂହ ବରିହା ମଧ୍ୟ ନବୀନ ନିବାସରେ ପହଁଚିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ