Thursday, April 16, 2026
33.2 C
Odisha

    କମିଶନରଙ୍କୁ ମାଡ଼ ମାରିବା ମାମଲା, ଯାହା ନିଷ୍ପତ୍ତି ନେବା କଥା ସରକାର ନେବେ : ରାଜ୍ୟ ବିଜେପି ସଭାପତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଯାହା ନିଷ୍ପତ୍ତି ନେବା କଥା ସରକାର ନେବେ । ସରକାର ସେ ନେଇ ଚିନ୍ତା କରୁଛନ୍ତି। ବିଏମସି ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିବା ମାମଲାରେ ଜଗନ୍ନାଥ ପ୍ରଧାନଙ୍କ ସହ ଆଲୋଚନା ପରେ ଏହା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦୀର୍ଘ ସମୟ ଧରି ଜଗନ୍ନାଥଙ୍କ ସହ ଆଲୋଚନା କରିଥିଲେ ମନମୋହନ ସାମଲ । ଏକାଧିକ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ । ସଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ ।

    ଜଗନ୍ନାଥ ପ୍ରଧାନ ଇସ୍ତଫା ଦେବା ନେଇ ଚ୍ଚର୍ଚ୍ଚା ହେଉଥିଲା । ତେବେ ଆଲୋଚନା ପରେ ମନମୋହନ କହିଛନ୍ତି, ଜଗା ପ୍ରଧାନଙ୍କ ସହ ଆଲୋଚନା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ଦଳର ଆଭ୍ୟନ୍ତରୀଣ ବ୍ୟାପାର ନେଇ ଗଣମାଧ୍ୟମକୁ କୁହାଯାଇ ପାରିବ ନାହିଁ । ଯାହା ଘଟିଥିଲା ତାକୁ ସମସ୍ତେ ନିନ୍ଦା କରି ସାରିଛନ୍ତି ।

    ଯାହା ନିଷ୍ପତ୍ତି ନେବା କଥା ସରକାର ନେବେ । ଯଦି କିଛି ନିଷ୍ପତ୍ତି ହୁଏ ଆମ ଦଳୀୟ ମୁଖପାତ୍ର ଗଣମାଧ୍ୟମକୁ ଜଣାଇ ଦେବେ ବୋଲି କହିଛନ୍ତି ମନମୋହନ । ଜଗନ୍ନାଥ ପ୍ରଧାନ କହିଛନ୍ତି, ରାଜ୍ୟ ସଭାପତି ଡାକିଥିଲେ । ଯାହା ଆଲୋଚନା ହେବା କଥା ହେଲା । ଦୀର୍ଘ ୪ ଘଣ୍ଟା ଧରି ଆଲୋଚନା ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    33.2 ° C
    33.2 °
    33.2 °
    36 %
    2.6kmh
    42 %
    Thu
    36 °
    Fri
    42 °
    Sat
    43 °
    Sun
    44 °
    Mon
    43 °

    ସମ୍ବନ୍ଧିତ