Sunday, October 4, 2026
28.6 C
Odisha

    ୩୫ ପୁରୁଣା ଫୋନ୍‌ରେ କାମ କରିବନି ହ୍ବାଟସ୍‌ଆପ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପୁରୁଣା ଫୋନ୍ ବ୍ୟବହାର କରୁଥିବା ଲୋକମାନଙ୍କ ଲାଗି ଜରୁରୀ ସୂଚନା। ହ୍ବାଟସ୍‌ଆପ୍ ଏହାର ସେବାକୁ କିଛି ପୁରୁଣା ଫୋନ୍‌ ଲାଗି ବନ୍ଦ କରିବ। ଆଣ୍ଡ୍ରଏଡ୍ ଓ ଆଇଓଏସ୍‌ ଦ୍ବାରା ପରିଚାଳିତ ସ୍ମାର୍ଟଫୋନ୍‌ଗୁଡ଼ିକ ଏହା ଦ୍ବାରା ପ୍ରଭାବିତ ହେବ। ପ୍ରାୟ ୩୫ଟି ପୁରୁଣା ସ୍ମାର୍ଟଫୋନ୍‌ରେ ହ୍ବାଟସ୍‌ଆପ୍ କାମ କରିବ ନାହିଁ। କମ୍ପାନି ଏହି ଫୋନ୍‌ଗୁଡ଼ିକୁ ଯେଉଁ ସମର୍ଥନ ଦେଉଥିଲା ତାହା ବନ୍ଦ କରିଦେବ। ଆଣ୍ଡ୍ରଏଡ୍‌ ୫.୦ ଓ ଆଇଓଏସ୍‌ ୧୨ କିମ୍ବା ତା’ଠାରୁ ଅଧିକ ପୁରୁଣା ଅପରେଟିଂ ସିଷ୍ଟମ୍ ଥିବା ଫୋନ୍‌ରେ ହ୍ବାଟସ୍‌ଆପ୍ କାମ କରିବ ନାହିଁ।

    ସେହି ଫୋନ୍‌ଗୁଡ଼ିକ ହେଉଛି ସାମସଙ୍ଗ ଗାଲାକ୍ସି ଏସିଇ ପ୍ଲସ୍‌, ସାମସଙ୍ଗ ଗାଲାକ୍ସି କୋର୍, ସାମସଙ୍ଗ ଗାଲାକ୍ସି ଏକ୍ସପ୍ରେସ୍‌ ୨, ସାମସଙ୍ଗ ଗାଲାକ୍ସି ଗ୍ରାଣ୍ଡ, ସାମସଙ୍ଗ ଗାଲାକ୍ସି ନୋଟ୍ ୩, ସାମସଙ୍ଗ ଗାଲାକ୍ସି ଏସ୍‌୩ ମିନି, ସାମସଙ୍ଗ ଗାଲାକ୍ସି ଏସ୍‌୪ ଆକ୍ଟିଭ୍, ସାମସଙ୍ଗ ଗାଲାକ୍ସି ଏସ୍‌୪ ମିନି, ସାମସଙ୍ଗ ଗାଲାକ୍ସି ଏସ୍‌୪ ଜୁମ୍, ମୋଟୋରୋଲା ମୋଟୋଜି, ମୋଟୋରୋଲା ମୋଟୋ ଏକ୍ସ, ଆଇଫୋନ୍ ୫, ଆଇଫୋନ୍ ୬, ଆଇଫୋନ୍ ୬ଏସ୍‌, ଆଇଫୋନ୍ ୬ଏସ୍‌ ପ୍ଲସ୍, ଆଇଫୋନ୍ ଏସ୍‌ଇ, ହୁୱେଇ ଆସେଣ୍ଡ ଜି୫୨୫, ହୁୱେଇ ସି୧୯୯, ଲିନୋ‌ଭୋ ପି୭୦, ଲିନୋଭୋ ଏ୮୨୦, ସୋନି ଏକ୍ସପେରିଆ ଜେଡ୧, ସୋନି ଏ‌କ୍ସପେରିଆ ଇ୩, ସୋନି ଏକ୍ସପେରିଆ ଏମ୍‌, ଏଲ୍‌ଜି ଅପ୍ଟିମସ୍ ୪ଏକ୍ସ ଏଚ୍‌ଡି, ଏଲ୍‌ଜି ଅପ୍ଟିମସ୍ ଜି, ଏଲ୍‌ଜି ଅପ୍ଟିମସ୍ ଜି ପ୍ରୋ ଓ ଏଲ୍‌ଜି ଅପ୍ଟିମସ୍ ଏଲ୍‌୭।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ