Monday, August 24, 2026
24.2 C
Odisha

    କେବେ ଦୀପାବଳି ? କାଶୀ ପଣ୍ଡିତଙ୍କ ମଧ୍ୟରେ ମତଭେଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦୀପାବଳି କେବେ ? ଅକ୍ଟୋବର ୩୧ କିମ୍ବା ନଭେମ୍ବର ୧? ଏହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ଅଛନ୍ତି। କେବଳ ସାଧାରଣ ଲୋକେ ନୁହନ୍ତି, ଧର୍ମନଗରୀ କାଶୀ ବା ବାରାଣାସୀର ପଣ୍ଡିତମାନଙ୍କ ମଧ୍ୟରେ ବି ଏହାକୁ ନେଇ ମତଭେଦ ରହିଛି । କିଛି ଦିନ ତଳେ ଉତ୍ତରପ୍ରଦେଶର ବାରଣାସୀରେ ଥିବା କାଶୀ ବିଦ୍ବତ ପରିଷଦ ଦାବି କରିଥିଲା ଯେ ଦୀପାବଳି ଅକ୍ଟୋବର ୩୧ରେ ଅଛି। କିନ୍ତୁ ଦେଶର ପ୍ରସିଦ୍ଧ ଜ୍ୟୋତିଷଶାସ୍ତ୍ରୀ ଗଣେଶ୍ବର ଶାସ୍ତ୍ରୀ ଦ୍ରାବିଡ଼ ଏବଂ କାଶୀର ଆଉ କେତେକ ପଣ୍ଡିତ ଦୀପାବଳି ତାରିଖ ୧ ନଭେମ୍ବର ବୋଲି କହିଥିଲେ। ଏବେ କାଶୀ ବିଦ୍ବତ୍ ପରିଷଦ ଗଣେଶ୍ବର ଶାସ୍ତ୍ରୀ ଦ୍ରାବିଡ଼ଙ୍କ ସମେତ ଅନ୍ୟ ସମସ୍ତ ପଣ୍ଡିତଙ୍କୁ ଚ୍ୟାଲେଞ୍ଜ କରିଛି।

    କିଛି ଦିନ ତଳେ ଉତ୍ତରପ୍ରଦେଶର ବାରଣାସୀରେ ଥିବା କାଶୀ ବିଦ୍ବତ ପରିଷଦ ଦାବି କରିଥିଲା ଯେ ଦୀପାବଳି ଅକ୍ଟୋବର ୩୧ରେ ଅଛି। କିନ୍ତୁ ଦେଶର ପ୍ରସିଦ୍ଧ ଜ୍ୟୋତିଷଶାସ୍ତ୍ରୀ ଗଣେଶ୍ବର ଶାସ୍ତ୍ରୀ ଦ୍ରାବିଡ଼ ଏବଂ କାଶୀର ଆଉ କେତେକ ପଣ୍ଡିତ ଦୀପାବଳି ତାରିଖ ୧ ନଭେମ୍ବର ବୋଲି କହିଥିଲେ।
    ନଭେମ୍ବର ପହିଲାରେ ଦୀପାବଳି ଅଛି ବୋଲି ଯେଉଁମାନେ ଅନୁଭବ କରୁଛନ୍ତି ସେମାନେ ଅକ୍ଟୋବର ୨୯ରେ ବିଦ୍ବତ ପରିଷଦ ସହ ଶାସ୍ତ୍ରାର୍ଥ ବିତର୍କ କରିପାରିବେ। ସେମାନେ ଅନଲାଇନ୍ ଏବଂ ଜୁମ୍ ମିଟିଂ ମାଧ୍ୟମରେ ମଧ୍ୟ ବିତର୍କ କରିପାରିବେ ବୋଲି ପରିଷଦ କହିଛି ।
    ବିଦ୍ବତ ପରିଷଦ କହିଛି ଯେ ଗଣେଶ ଶାସ୍ତ୍ରୀ ଦ୍ରାବିଡଜୀ ଦ୍ୱନ୍ଦ୍ୱ ସୃଷ୍ଟି କରିବା ଉଚିତ ନୁହେଁ । ଦେଶର ଯେ କୌଣସି ପଣ୍ଡିତ, ଧାର୍ମାଚାର୍ଯ୍ୟ କିମ୍ବା ଅନ୍ୟ କୌଣସି ବିଶେଷଜ୍ଞ ଅନୁଷ୍ଠାନ ନଭେମ୍ବର ପହିଲାରେ ଦୀପାବଳି ବୋଲି ଭାବୁଛନ୍ତି, ସେମାନେ କାଶୀ ବିଦ୍ବତ ପରିଷଦ ସହ ବିତର୍କ କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    97 %
    1.5kmh
    100 %
    Mon
    29 °
    Tue
    30 °
    Wed
    30 °
    Thu
    27 °
    Fri
    28 °

    ସମ୍ବନ୍ଧିତ