Sunday, October 18, 2026
23.2 C
Odisha

    ମହାରାଷ୍ଟ୍ରରେ କାହାର ସରକାର? ସଦ୍ୟତମ ସର୍ଭେ ରିପୋର୍ଟ…

    ଆଗକୁ ପଢନ୍ତୁ

    ମୁମ୍ବାଇ: ଜମ୍ମୁ-କଶ୍ମୀର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ହେବ। ଏହାକୁ ନେଇ ଦେଶରେ ରାଜନୈତିକ ଉଷ୍ଣତା ବଢ଼ିବା ଆରମ୍ଭ କରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ମହାରାଷ୍ଟ୍ରରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

    ତେବେ ନିର୍ବାଚନ ଆୟୋଗ ମହାରାଷ୍ଟ୍ର ନିର୍ବାଚନର ତାରିଖ ଘୋଷଣା କରି ନାହାନ୍ତି। କିନ୍ତୁ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି।

    ନିର୍ବାଚନରେ ମହାରାଷ୍ଟ୍ର ପୁଣି ଥରେ ମହାୟୁତି ଏବଂ ମହାବିକାଶ ଅଘାଡ଼ି ମଧ୍ୟରେ କଡ଼ା ଟକ୍କର ହେବ। ଏହି ପରିପ୍ରେକ୍ଷୀରେ ଏକ ସର୍ଭେ ବାହାରିଛି ଯାହା ସମସ୍ତଙ୍କୁ ଚକିତ କରିଛି।

    ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଏଥର ବିଜୟ ମହାବିକାଶ ଅଘାଡ଼ି (ଏମଭିଏ) ହାତେଇକୁ ଯାଉଥିବାର ଅନୁମାନ କରାଯାଉଛି। ସର୍ଭେ ଅନୁଯାୟୀ, ବିଜେପି ନେତୃତ୍ୱାଧୀନ ମହାୟୁଜିକୁ ଏଥର ରାଜ୍ୟରେ ପରାଜୟର ସମ୍ମୁଖୀନ ହେବାକୁ ପଡିପାରେ। ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ​​ମହାୟୁତି ୩୮-୪୧ ପ୍ରତିଶତ ଭୋଟ୍ ପାଇବାର ସମ୍ଭାବନା ରହିଛି ଏବଂ ଏମଭିଏ ୪୧-୪୪ ପ୍ରତିଶତ ଭୋଟ୍ ପାଇବାର ସମ୍ଭାବନା ରହିଛି।

    ଲୋକପୋଲ ସର୍ବେକ୍ଷଣ ଅନୁଯାୟୀ, ମହାୟୁଜି ବିଦର୍ଭ, ମରାଠୱାଡା ଏବଂ ପଶ୍ଚିମ ମହାରାଷ୍ଟ୍ରରେ ବହୁ କ୍ଷତି ସହିପାରେ। ଏମଭିଏ ଏହି ଆସନଗୁଡିକ ଲାଭ କରିବାକୁ ଯାଉଛି । ତେବେ ମୁମ୍ବାଇ, ଉତ୍ତର ମହାରାଷ୍ଟ୍ର ଏବଂ କୋଙ୍କଣରେ ମହାୟୁଜି ସ୍ଥିତି ସୁଦୃଢ଼ ରହିଥିବା କୁହାଯାଉଛି। ଏହି ନିର୍ବାଚନର ଫଳାଫଳରେ କଂଗ୍ରେସ ସର୍ବ ବୃହତ ଦଳ ଭାବରେ ଉଭା ହୋଇପାରେ। ସର୍ଭେରେ ଲୋକପ୍ରିୟ ନେତାମାନଙ୍କ ଉପରେ ମଧ୍ୟ ଆଲୋଚନା କରାଯାଇଛି। ଏହା ଅନୁଯାୟୀ, ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି କିନ୍ତୁ ଦେବେନ୍ଦ୍ର ଫଡନାଭିସଙ୍କ ଲୋକପ୍ରିୟତା ହ୍ରାସ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ