Friday, October 18, 2024
29.5 C
Odisha

    ଦୁର୍ଗାପୂଜା ପେଣ୍ଡାଲରେ କାହିଁକି ରାଗିଲେ ଅଭିନେତ୍ରୀ କାଜଲ, ଭିଡିଓ ହେଉଛି ଭାଇରାଲ

    ଆଗକୁ ପଢନ୍ତୁ

    ଦିଲ୍ଲୀ : ସାରା ଦେଶରେ ମା ଦୁର୍ଗାଙ୍କ ପୂଜା ଖୁବ୍ ଧୁମଧାମରେ ପାଳିତ ହେଉଛି । ନବରାତ୍ରି ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ମା ଦୁର୍ଗାଙ୍କ ପ୍ରେମରେ ଶ୍ରଦ୍ଧାଳୁ ଭକ୍ତିରେ ଲୀନ ଅଛନ୍ତି । ସବୁ ବର୍ଷ ପରି ଏହି ବର୍ଷରେ ମଧ୍ୟ କାଜଲ ଓ ରାନୀ ମୁଖାର୍ଜୀଙ୍କ ପରିବାର ମୁମ୍ବାଇରେ ଦୁର୍ଗା ପୂଜାର ଆୟୋଜନ କରୁଛନ୍ତି ।  ମାତାରାନୀଙ୍କର ଦର୍ଶନ କରିବା ପାଇଁ ଦୁର୍ଗା ମାତାଙ୍କ ପେଣ୍ଡାଲରେ ପହଞ୍ଚିସାରିଛନ୍ତି । ରଣବୀର କପୁର,ଜୟା ବଚନ, ସୁମୋନା ଚକ୍ରବର୍ତ୍ତୀ ଭାଟେଲ ସେଠ୍ ଓ ଇଶିତ୍ତା ଦତ୍ତା ମାତାରାନୀଙ୍କ ଦର୍ଶନ ପାଇଁପେଣ୍ଡାଲ୍ ରେ ଉପସ୍ଥିତ ଥିଲେ।

    ଗତକାଲି ପେଣ୍ଡାଲରେ ସିଟି ବଜାଉଥିବା ଲୋକଙ୍କ ଉପରେ କାଜଲ ପାଟିତୁଣ୍ଡ କରିଥିଲେ । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ନେଟେନିଜେନସ କାଜଲ୍ ଙ୍କୁ ନୂଆ ଜୟା ବଚ୍ଚନ ବୋଲି କହିଥିଲେ । ପୁଣି ଥରେ କାଜଲ ରାଗିକି ଲାଲ୍ ହୋଇଯାଇଥିଲେ । ଯାହାକି ଇଣ୍ଟରନେଟରେ ଏହି ଭିଡ଼ିଓ ଟି ନିଆଁ ଭଳି ବ୍ୟାପୁଛି । ଶେଷରେ କାଜଲ ଭୀଷଣ ରାଗିଥିବା ନଜର ଆସୁଛନ୍ତି । ଆଲିଆ ଭାଟ ଓ କାଜଲଙ୍କ ଭଉଣୀ ତନିଶା ମୁଖାର୍ଜୀ ମଧ୍ୟ ଏହି ପେଣ୍ଡାଲରେ ନଜର ଆସୁଛନ୍ତି ।

    ବାଦ୍ୟଯନ୍ତ୍ରର ପ୍ରବଳ ଶଦ୍ଦ ସହ ଅଭିନେତ୍ରୀ କାଜଲ ବଡ଼ ପାଟିରେ ଚିତ୍କାର କରୁଥିବା ନଜର ଆସୁଛନ୍ତି ।  ଏହାଛଡା ଜୋତା ପିନ୍ଧିଥିବା ଲୋକଙ୍କୁ ଦେଖିବା ପରେ ପ୍ରବଳ ରାଗି ଯାଉଛନ୍ତି ଓ ସେମାନଙ୍କୁ ଅଲଗା ରହିବା ପାଇଁ ବଡ ପାଟିରେ କହୁଛନ୍ତି । ଏହାପରେ କାଜଲ ମାଇକ ମାଧ୍ୟମରେ ଘୋଷଣା କରିଛନ୍ତି କି ଯେଉଁ ମାନେ ଜୋତା ପିନ୍ଧିଛନ୍ତି ସେମାନେ ପୂଜା ପ୍ରତି ସମ୍ମାନଜନକ ଆଚରଣ କରିବା ପାଇଁ ପରାମର୍ଶ ଦେଉଛନ୍ତି ।
    ବାଇଗଣୀ ଓ ଗୋଲାପୀ ଶାଢ଼ୀର ସଜେଇ ହେଇଥିବା କାଜଲ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ।

    କିନ୍ତୁ ସୋସିଆଲ ମିଡିଆ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ନଜର କାଜଲଙ୍କ ରାଗ ଉପରେ ରହିଛି  ।  କିଛି ଜଣ ସୋସିଆଲ ମିଡ଼ିଆ ବ୍ୟବହାର କାରୀ ବ୍ୟକ୍ତି କାଜଲଙ୍କ ଏଭଳି ଆଚରଣକୁ ପସନ୍ଦ କରିନାହାନ୍ତି କହିଛନ୍ତି କି କାଜଲ ଜୟା ବଚ୍ଚନଙ୍କ ଭଳି ହେଉଛନ୍ତି । ଏଭଳି ଏତେ ବଡ ପାଟି କରିବା ଅନୁଚିତ୍ ବୋଲି କହିଛନ୍ତି ।  ତ ଆଉ କିଏ କହିଛନ୍ତି କି ଯଦି କାହାର ଧାର୍ମିକ ଭାବନାକୁ ଆଘାତ କରାଯାଏ ତାହାହେଲେ ଏଭଳି ଆଚରଣ କରିବା କୌଣସି ଭୁଲ ନୁହେଁ ବୋଲି କହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.5 ° C
    29.5 °
    29.5 °
    72 %
    1.4kmh
    91 %
    Fri
    29 °
    Sat
    31 °
    Sun
    25 °
    Mon
    29 °
    Tue
    29 °

    ସମ୍ବନ୍ଧିତ