Monday, October 12, 2026
28.9 C
Odisha

    ବିଏସ୍‌ଏଫ୍‌ ଯବାନଙ୍କ ସ୍ତ୍ରୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର/ବାଦାମପାହାଡ଼: ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଅଂଚଳରେ ଜଣେ ନବ ବିବାହିତା ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

    ରାଇରଙ୍ଗପୁର ଟାଉନ ଥାନା ଅର୍ନ୍ତଗତ ପୁରୁଣାପାଣି ଗ୍ରାମର ସଂଜୟ କୁମାର ମହାନ୍ତ ତାଙ୍କ ଝିଅ ରିଙ୍କି ମହାନ୍ତ (୨୨)ଙ୍କ ସହିତ ବାଦାମପାହାଡ଼ ଥାନା ଅର୍ନ୍ତଗତ ଦଲକି ଗ୍ରାମର ସର୍ଗତଃ କୁଶଧର ମହାନ୍ତଙ୍କ ପୁଅ ଗଣେଶ ମହାନ୍ତ (ବିଏସଏଫ୍ ଯବାନ)ଙ୍କ ୨୦୨୨ ମାର୍ଚ୍ଚ ୧୦ ତାରିଖରେ ବିବାହ ହୋଇଥିଲା। ବିବାହର କିଛିଦିନ ପରେ ଶଶୁର ଘର ଲୋକ ରିଙ୍କିଙ୍କୁ ବାପଘରୁ ଅଧିକ ଯୌତୁକ ଟଙ୍କା ସହିତ ଏକ ବୁଲେଟ୍ ଦେବା ପାଇଁ ବାରମ୍ବାର ଶାରିରୀକ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏନେଇ ପରିବାର ମଧ୍ୟରେ ଅଶାନ୍ତି ଲାଗି ରହିଥିଲା। ଫଳରେ ବିଏସଏଫ୍ ଯବାନ ଗଣେଶ ମହାନ୍ତ ତାଙ୍କ ସ୍ତ୍ରୀ ରିଙ୍କିଙ୍କୁ ତାଙ୍କ କାର୍ଯ୍ୟସ୍ଥଳ କଶ୍ମୀରକୁ ନେଇଯାଇଥିଲେ।

    ତେବେ ମକର ଛୁଟି ନେଇ ଗତ ୧୪ ତାରିଖରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଘରକୁ ଆସିଥିଲେ। ଘରକୁ ଆସିବା ପରେ ରିଙ୍କିଙ୍କୁ ଯୌତୁକ ପାଇଁ ତାଙ୍କ ଶାଶୂ, ନଣନ୍ଦ ଓ ଜ୍ବାଇଁ ମାନସିକ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଗୁରୁବାର ରାତି ୯ଟାରେ ନିଜ ବାପା-ମା’ଙ୍କ ସହିତ ରିଙ୍କି ଫୋନରେ କଥାବାର୍ତ୍ତା ହୋଇଥିଲେ। ପରେ ୯.୩୦ ସମୟରେ ଗଣେଶ, ରିଙ୍କିଙ୍କ ବାପାଙ୍କୁ ଫୋନ କରି କହିଲେ ଯେ ତାଙ୍କ ଝିଅ ଗୁରୁତର ଅଛି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟକୁ ଆସିବା ପାଇଁ। ରିଙ୍କିଙ୍କ ବାପା-ମା’ ହସ୍ପିଟାଲକୁ ପହଞ୍ଚିବା ପରେ ତାଙ୍କ ଝିଅର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ। ପାରିପାର୍ଶ୍ବିକ ଦୃଷ୍ଟିରୁ ତାଙ୍କ ଝିଅକୁ ତଣ୍ଟିଚିପି ହତ୍ୟା କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଶଶୁର ଘର ଲୋକେ ରିଙ୍କି ପଙ୍ଖାରେ ଶାଢ଼ି ଲଗାଇ ଫାଶି ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି।। ଏନେଇ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    58 %
    1.8kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ