Tuesday, March 17, 2026
22.9 C
Odisha

    ବଜ୍ରପାତରେ ୨ ମୃତ

    ଆଗକୁ ପଢନ୍ତୁ

    ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅଞ୍ଚଳରେ ଆଜି ଅପରାହ୍‌ଣରେ ପୃଥକ୍ ସ୍ଥାନରେ ବଜ୍ରପାତ ଘଟି ଦୁଇ ଜଣଙ୍କର ପ୍ରାଣ ଯାଇଛି। ଏଥିରେ ଜଣେ ମହିଳା ମଧ୍ୟ ଅଛନ୍ତି। ମୃତକମାନେ ହେଲେ ଜଗନ ପାଇକ (୨୦) ଓ କୁମାରୀ ବଗଡ଼ାଇ (୨୦)। ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ମୁଚୁମପୁଟ ଗ୍ରାମର କୁମାରୀ ବଗଡାଇ (୨୦) ବର୍ଷେ ତଳେ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର ଗଦରିପଦର ଗ୍ରାମର ଦେବ ବଗଡାଇଙ୍କୁ ବିବାହ କରିଥିଲେ। ହସଖୁସିରେ ଜୀବନ ବିତାଉଥିବା ବେଳେ ଆଜି ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଆଜି ସନ୍ଧ୍ୟାରେ କାଳବୈଶାଖୀ ଜନିତ ବିଜୁଳି ମେଘ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। କୁମାରୀ ନିଜ ଦେଢ଼ ଶ୍ବଶୁରଙ୍କ ପୁଅକୁ ଖଟରେ ଶୁଆଇ ଘରର ଅନ୍ୟ କୋଠରୀକୁ ଯାଉଥିବା ବେଳେ ହଠାତ ଘର ଉପରେ ବଜ୍ରପାତ ହୋଇଥିଲା। ଫଳରେ କୁମାରୀ ଛିଟିକି ହୋଇ ପଡ଼ି ଅଚେତ ହୋଇଯାଇଥିଲେ। ପରିବାର ଲୋକେ ତୁରନ୍ତ ରାମଗିରି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ରାମଗିରି ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠେଇ ଦେଇଥିଲେ। ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଡ଼ାକ୍ତର କୁମାରୀଙ୍କୁ ମୃତ ଘୋଷଣା କରିଥିଲେ।
    ସେହିପରି ଦୋରାଗୁଡା ପଞ୍ଚାୟତର ବେରଗାଁ ଗ୍ରାମରେ ମଧ୍ୟ ସନ୍ଧ୍ୟା ୫ଟା ବେଳେ ବଜ୍ରପାତ ହୋଇଥିଲା। ବେରଗାଁ ଗ୍ରାମରେ କୈାଣସି କାମରେ ନିୟୋଜିତ ହୋଇଥିବା ଜେସିବି ମେସିନ୍ ଗାଡ଼ିର ହେଲପରଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ଘଟଣା ଅନୁଯାୟୀ, ବିଶିଙ୍ଗପୁର ଥାନା ଅନ୍ତର୍ଗତ ମାଙ୍କିଡିଅଟାଳ ଗ୍ରାମର ଜଗନ ପାଇକ ଜୟପୁର ନିକଟସ୍ଥ ବାଡଣିପୁଟର ଜେସିବି ମେସିନ୍ ଗାଡ଼ିର ମାଲିକଙ୍କ ନିକଟରେ ହେଲପର ଭାବେ କାମ କରନ୍ତି।
    ଆଜି ବେରଗାଁ ଗ୍ରାମରେ ଜେସିବି ମେସିନ୍ ଗାଡ଼ିର କାମ ସରିବା ପରେ ଜଗନ ସନ୍ଧ୍ୟା ୬ଟା ବେଳେ ଗାଧୋଇବା ପାଇଁ ନିକଟସ୍ଥ ନାଳକୁ ଯାଇଥିଲେ। ତେବେ ହଠାତ୍ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ସେ ତୁରନ୍ତ ଗାଧୁଆ ସାରି ଜେସିବି ମେସିନ୍ ଗାଡ଼ି ପାଖକୁ ଆସିବା ସମୟରେ ବଜ୍ରପାତ ଘଟିଥିଲା। ବଜ୍ରାଘାତରେ ଜଗନ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ବୈପାରିଗୁଡା ପୁଲିସ ଦୁଇଟି ମୃତଦେହ ଜବତ କରିବା ସହ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.9 ° C
    22.9 °
    22.9 °
    64 %
    3.3kmh
    85 %
    Tue
    24 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ