Monday, October 12, 2026
21.2 C
Odisha

    କଙ୍ଗନାଙ୍କୁ ଚାପୁଡ଼ା ମାରିବା ମହଙ୍ଗା ପଡ଼ିଲା; ଚାକିରି ହରାଇଲେ ମହିଳା ସିଆଇଏସ୍ଏଫ୍ ଗାର୍ଡ

    ଆଗକୁ ପଢନ୍ତୁ

    ଚଣ୍ଡିଗଡ଼: ବଲିଉଡ ଅଭିନେତ୍ରୀ ତଥା ବିଜେପିର ନବ ନିର୍ବାଚିତ ସାଂସଦ କଙ୍ଗନା ରାନାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଆଇଏସ୍ଏଫ୍ ଗାର୍ଡ ଚାପୁଡ଼ା ମାରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଉକ୍ତ ଗାର୍ଡଙ୍କ ନାମ କୁଲବିନ୍ଦର କୌର ଥିବା ଜଣାପଡ଼ିଛି। ଏହି ଘଟଣାପରେ କଙ୍ଗନା ଦୁଃଖୀ ହୋଇଯିବା ସହିତ ସେ ଓ ତାଙ୍କ ସମର୍ଥକ ଉକ୍ତ ଗାର୍ଡଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। କଙ୍ଗନାଙ୍କ ଅଭିଯୋଗକୁ କେନ୍ଦ୍ର କରି ସିଆଇଏସଏଫର ଡିଜି ନିନା ସିଂହ ମହିଳା ଯବାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିଆଇଏସ୍ଏଫ୍ ଗାର୍ଡ କୁଲବିନ୍ଦର କୌରଙ୍କୁ ଚାକିରିରୁ ନିଲମ୍ବିତ କରି ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି।

    ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସିଆଇଏସ୍ଏଫର ଗାର୍ଡ କୁଲବିନ୍ଦର କୌର କୃଷକ ଆନ୍ଦୋଳନ ସମୟରେ କଙ୍ଗନା ରାନାୱତ ଦେଇଥିବା ବୟାନକୁ ନେଇ ଅସନ୍ତୋଷ ଥିଲେ।  ଜୁନ ୪ ତାରିଖରେ ମଣ୍ଡିରୁ ଲୋକସଭା ନିର୍ବାଚନ ଜିତିବା ପରେ କଙ୍ଗନା ରାନାୱତ  ଦିଲ୍ଲୀ ଯାଇଥି‌ଲେ। ଚଣ୍ଡିଗଡ଼ ବିମାନବନ୍ଦରରେ କଙ୍ଗନାଙ୍କୁ ଦେଖିବା ପରେ ସିଆଇଏସ୍ଏଫ୍ ଗାର୍ଡ କୁଲବିନ୍ଦର କୌର ନିଜ ରାଗ ଉପରେ ନିୟନ୍ତ୍ରଣ ରକ୍ଷା କରି ନପାରି ଅଭିନେତ୍ରୀଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। ଏହି ଘଟଣା ନିଆଁ ଭଳି ଚାରିଆଡେ ବ୍ୟାପି ଯାଇଥିଲା।

    ତେବେ ଅଭିନେତ୍ରୀ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ‌ରେ ଥିବା ବେଳେ ସିଆଇଏସ୍ଏଫ୍ ଗାର୍ଡ ସର୍ବସମ୍ମୁଖରେ କଙ୍ଗନାଙ୍କୁ ଏପରି ମାଡ଼ ମାରିବା ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    85 %
    0.9kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ