Wednesday, March 18, 2026
19.7 C
Odisha

    ଗାଁ ଚୁଆରୁ ପଙ୍କ ଉଦ୍ଧାର କଲେ ମହିଳା

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ନିଜେ ବ୍ୟବହାର କରୁଥିବା ଚୁଆକୁ ମିଳିତ ଭାବେ ଏକତ୍ରିତ ହୋଇ ଚୁଆର ପଙ୍କ ଉଦ୍ଧାର କାର୍ଯ୍ୟ କରିଦେଖେଇଛନ୍ତି ମହିଳାମାନେ। ଆମେ ବି କିଛି କମ ନୁହଁ।ଆମେ ବି ସମାଜ ପାଇଁ କିଛି କରିପାରୁଛୁ। ଆମ କାମ ଆମେ କରି ଏ ସମାଜକୁ ଜଣେଇବା ଅନ୍ୟ ଉପରେ ନିର୍ଭର ନ କରି ନିଜ ଦ୍ୱାରା ହୋଇପାରୁଥିବା କାର୍ଯ୍ୟକୁ ନିଜ ନିଜ ଭିତରେ ମିଳିତ ଭାବେ କାର୍ଯ୍ୟ ସମ୍ପାଦନ କଲେ ସମାଜର ମଙ୍ଗଳ ହେବା ସହ ଅଞ୍ଚଳର ବିକାଶ ହୋଇପାରିବ। ଏହିଭଳି ମହାନ କାର୍ଯ୍ୟ କରି ଏ ସମାଜ ପାଇଁ ଉଦାହରଣ ସାଜିଛନ୍ତି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ୧୦, ୧୧ ଏବଂ ୧୨ ନମ୍ୱର୍ ୱାର୍ଡର ମହିଳାମାନେ। ଗ୍ରାମର ପୁଷ୍ପାଞ୍ଜଳି ପ୍ରଧାନ, ଲିଲିମା ପ୍ରଧାନ, ସୂଜେଶିନି ପ୍ରଧାନ, ମିଲି ପ୍ରଧାନ, ସୁଭାଷିନୀ ଦିଗାଲ ଓ ବିରାଜିନି ଦିଗାଳଙ୍କ ନେତୃତ୍ୱରେ ଆଜି ଡୁଗୁଡ଼ିପାରି ଗ୍ରାମର ଦୁବେସାହି, ଡମାଗୁଡ଼ା ଏବଂ ରେଙ୍ଗା ସାହି ର ପ୍ରାୟ ୪୦ ରୁ ଉର୍ଦ୍ଧ ମା ଭଉଣୀମାନେ ଅଣ୍ଟା ଭିଡ଼ି ନିଜ ଗାଁ ରେ ଥିବା ଏବଂ ଅଞ୍ଚଳବାସୀ ବ୍ୟବହାର କରୁଥିବା ଏକ ଚୁଆର ପଙ୍କ ଉଦ୍ଧାର କାର୍ଯ୍ୟ ମିଳିମିଶି ସମାପନ କରି ସମାଜ ପାଇଁ ଉଦାହର ସୃଷ୍ଟି କରିଛନ୍ତି।
    ସରକାରଙ୍କ ଯୋଜନା ଉପରେ ନିର୍ଭର ନ କରି ଆଜି ନିଜସ୍ଵ ଉଦ୍ୟମରେ ନିଜ ଗ୍ରାମରେ ଥିବା ଚୁଆଁ ଗୁଡ଼ିକର ପଙ୍କ ପୁନରୁଦ୍ଧାର କରିଛନ୍ତି। ଏପରି ମହାନ୍ କାର୍ଯ୍ୟ କରି ଅଞ୍ଚଳ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    80 %
    2.9kmh
    100 %
    Wed
    22 °
    Thu
    31 °
    Fri
    34 °
    Sat
    34 °
    Sun
    35 °

    ସମ୍ବନ୍ଧିତ