Thursday, September 19, 2024
24.5 C
Odisha

    କେରଳରେ ଖୋଲିଲା ଦୁନିଆର ପ୍ରଥମ ଡିଜିଟାଲ୍ କୋର୍ଟ, ଜାଣନ୍ତୁ ଏହା କିପରି କାମ କରେ?

    ଆଗକୁ ପଢନ୍ତୁ

    ଦେଶର ପ୍ରଥମ ଡିଜିଟାଲ କୋର୍ଟ କେରଳର କୋଲ୍ଲମରେ ଖୋଲିଛି । କିନ୍ତୁ ବର୍ତ୍ତମାନ ଏହାର ଉଦଘାଟନ ପରଠାରୁ ସୋସିଆଲ ମିଡିଆରେ ଡିଜିଟାଲ କୋର୍ଟ ବିଷୟରେ ଅନେକ ପ୍ରଶ୍ନ ପଚରାଯାଉଛି । ସବୁଠାରୁ ବଡ ପ୍ରଶ୍ନ ହେଉଛି ଡିଜିଟାଲ କୋର୍ଟ କ’ଣ ଏବଂ ଏହା କିପରି କାମ କରେ । ଆଜି ଆମେ ଆପଣଙ୍କୁ ଏହା ବିଷୟରେ ଜଣାଇବୁ ଏବଂ ଏଠାରେ କେଉଁ ପ୍ରକାରର ମାମଲା ଶୁଣାଣି ହେବ ତାହା ମଧ୍ୟ କହିବୁ । ଡିଜିଟାଲ୍ ଅଦାଲତ ନାମ ଶୁଣି ଏହା ବୁଝାପଡେ ଯେ ଏଠାରେ ସବୁକିଛି ଡିଜିଟାଲ୍ ହେବା ଉଚିତ୍ ।

    କେରଳର କୋଲ୍ଲମରେ ଖୋଲାଯାଇଥିବା ଦେଶର ପ୍ରଥମ ଡିଜିଟାଲ କୋର୍ଟରେ NI ACT ମାମଲାର ଶୁଣାଣି ହେବ । ଡିଜିଟାଲ୍ କୋର୍ଟରେ ପ୍ରାରମ୍ଭିକ ଦାଖଲ ଠାରୁ ଆରମ୍ଭ କରି ଚୂଡ଼ାନ୍ତ ନିଷ୍ପତ୍ତି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଡିଜିଟାଲ୍ କରାଯିବ । ତେବେ ଆସନ୍ତୁ ଜାଣିବା ଡିଜିଟାଲ୍ କୋର୍ଟ କିପରି କାର୍ଯ୍ୟ କରିଥାଏ । କହିରଖୁଛୁ ଯେ କେରଳରେ ଆରମ୍ଭ ହୋଇଥିବା ଦେଶର ପ୍ରଥମ ଡିଜିଟାଲ କୋର୍ଟର ନାମ ’24 / 7 ON କୋର୍ଟ ‘ରଖାଯାଇଛି । କୋର୍ଟରେ ମାମଲାର ଶୁଣାଣି ସେପ୍ଟେମ୍ବର ୨୦୨୪ରୁ ଆରମ୍ଭ ହେବ ।

    ସୂଚନା ଅନୁଯାୟୀ, ଯଦି ଏହି ପଦକ୍ଷେପ ସଫଳ ହୁଏ, ତେବେ ରାଜ୍ୟର ଅଧିକ ସ୍ଥାନରେ ଅନ୍-କୋର୍ଟ ଗଠନ କରାଯାଇପାରିବ । ଡିଜିଟାଲ୍ କୋର୍ଟ ‘’24/7 ON (ଓପନ୍ ଏବଂ ନେଟୱାର୍କ) କୋର୍ଟ’ ପ୍ରଥମେ NI ACT ମାମଲାର ଶୁଣାଣି କରିବ । ତେବେ ଏହି NI ACT ହେଉଛି ପ୍ରୋମିସରି ନୋଟ୍, ବିଲ୍ ଅଫ୍ ଏକ୍ସଚେଞ୍ଜ୍ ଏବଂ ଚେକ୍ ସମ୍ବନ୍ଧୀୟ ନିୟମ । NI ACTର ଧାରା ୧୩୮ ଅନୁଯାୟୀ ଚେକ୍ ବାଉନ୍ସ ଏକ ଦଣ୍ଡନୀୟ ଅପରାଧ । ଯଦି ଦୋଷୀ ସାବ୍ୟସ୍ତ ହୁଏ, ତେବେ ଦଣ୍ଡ ଚେକ୍ ରାଶି କିମ୍ବା ସର୍ବାଧିକ ଦୁଇ ବର୍ଷ ଜେଲ କିମ୍ବା ଉଭୟ ଜୋରିମାନା ହୋଇପାରେ ।

    କେରଳ ହାଇକୋର୍ଟର ଜଷ୍ଟିସ୍ କହିଛନ୍ତି ଯେ ଟେକ୍ନୋଲୋଜି ସହିତ କୋର୍ଟକୁ କନେକ୍ଟ କରିବା ଦ୍ୱାରା ଏହି ପ୍ରୋସେସ ସହଜ ହେବ । ସେ କହିଛନ୍ତି ଯେ ଡିଜିଟାଲ କୋର୍ଟରେ ଏକ ସ୍ମାର୍ଟ ସିଡ୍ୟୁଲିଂ ସିଷ୍ଟମ ରହିବ, ଯାହାଫଳରେ ଶୁଣାଣି ଠିକ ସମୟରେ ହୋଇପାରିବ । ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବାକୁ, ସେମାନଙ୍କୁ ସେମାନଙ୍କର ମାମଲାର ରିୟଲ ଟାଇମ ସ୍ଟାଟସ ଦେଖାଯିବ । ଏହା ବ୍ୟତୀତ ବ୍ୟାଙ୍କ ଏବଂ ପୋଲିସ ଭଳି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ସହିତ କୋର୍ଟ କନେକ୍ଟ ହେବ, ଯାହା ସୂଚନା ଆଦାନ ପ୍ରଦାନକୁ ସହଜ କରିପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    91 %
    1.4kmh
    97 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ