Saturday, July 27, 2024
24.8 C
Odisha

    ଓଡ଼ିଶାରେ ନବୀନ ସରକାରକୁ ବାବୁ ମାନେ ଘେରି ରହିଛନ୍ତି :ଯୋଗୀ ଆଦିତ୍ୟନାଥ

    ଆଗକୁ ପଢନ୍ତୁ

    ବାଣପୁରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାର । ବିଶାଳ ଜନସଭାକୁ ସମ୍ବୋଧିତ କରି ଯୋଗୀ ଆଦିତ୍ୟନାଥ କହିଛନ୍ତି, ପୁରୀ ବିନା ଭାରତର ସନାତନ ପରମ୍ପରାର କଳ୍ପନା କରାଯାଇପାରିବ ନାହିଁ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣି ଜମି ମାଫିଆ, ବାଲି ମାଫିଆ, ଜଙ୍ଗଲ ମାଫିଆଙ୍କୁ ସାବାଡ କରିବାକୁ ଉତ୍ତରପ୍ରଦେଶର ବୁଲଡୋଜର ଷ୍ଟାଇଲରେ କାମ କରିବୁ । ମୋଦୀଙ୍କ ନେତୃତ୍ୱରେ କିଭଳି ପରିବର୍ତ୍ତନ ଆସୁଛି ତାହା ଦେଶବାସୀ ଦେଖୁଛନ୍ତି । ବିଶ୍ୱରେ ଭାରତର ସମ୍ମାନ ବଢିଛି । ଭାରତର ସୀମାକୁ ସୁରକ୍ଷିତ କରାଯାଇଛି । ଆତଙ୍କବାଦୀକୁ ସାବାଡ କରାଯାଉଛି । ପାକିସ୍ତାନ ମଧ୍ୟ ଜାଣିଛି, ଏହା ନୂଆ ଭାରତ । ଏ କାହା ସହ ଲାଗେ ନାହିଁ, ଆଉ କିଏ ଲାଗିଲେ ଛାଡେ ନାହିଁ ।

    ମୋଦୀଙ୍କ ନେତୃତ୍ୱରେ ଦେଶରେ ବିକାଶ ପର୍ବ ଆରମ୍ଭ ହୋଇଛି । ବିକାଶମୂଳକ କାମର ହିସାବ ଦେଇ ଡବଲ ଇଞ୍ଜିନ ସରକାର ପାଇଁ ଆହ୍ୱାନ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ । ମୋଦୀ ଦେଶର ୬୦ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଯୋଗାଇଛନ୍ତି । କିନ୍ତୁ ନବୀନ ସରକାର ଏହାକୁ ଓଡ଼ିଶାରେ ଲାଗୁ କରୁନାହିଁ । ଭାରତରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି, କିନ୍ତୁ ପାକିସ୍ତାନରେ ୨୩ କୋଟି ଲୋକ ଭୋକରେ ଛଟପଟ ହେଉଛନ୍ତି ।

    ନବୀନ ସରକାରରେ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଚାବି ହଜିଯାଉଛି । ମହାପ୍ରଭୁଙ୍କ ରତ୍ନକୁ ବି ଲୁଟିବାକୁ ମସୁଧା ଚାଲିଛି । ଦେଶରେ ୫ମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଦେଶର ୧୨ଟି ରାଜ୍ୟ ବୁଲି ସାରିଲିଣି, ସବୁଠି ଗୋଟିଏ ସ୍ୱର ଶୁଭୁଛି ପୁଣିଥରେ ମୋଦୀ ସରକାର, ଅବ କି ବାର ୪୦୦ ପାର । ୪୦୦ ପାର କଥା ଶୁଣି ବିଜେଡିର ମୁଣ୍ଡ ଘୂରାଉଛି । ବିଜେଡି କେବେ କେନ୍ଦ୍ରରେ ସରକାର ଗଢିପାରିବ କି? ପୂରା ଦେଶବାସୀ କହୁଛନ୍ତି, ଯିଏ ରାମକୁ ଆଣିଛନ୍ତି ଆମେ ତାଙ୍କୁ ଆଣିବୁ । ଓଡ଼ିଶାରେ ବିଜେଡି ସରକାରକୁ ବାବୁ ମାନେ ଘେରି ରହିଛନ୍ତି । ଯେଉଁଠି ବାବୁ ମାନେ ସରକାରକୁ ଘେରିଥାନ୍ତି ସେଠାରେ ଏକଛତ୍ରବାଦ ଜନ୍ମ ନେଇଥାଏ । ସେଭଳି ସରକାରର ଜନତାଙ୍କ ସହ କୌଣସି ସମ୍ପର୍କ ନଥାଏ । ସେଭଳି ସରକାରରେ ଭୟଙ୍କର ଦୁର୍ନୀତି ହେବା ସହ ଗରିବଙ୍କ ହକକୁ ଲୁଟି ନିଆଯାଇଥାଏ । ଏଭଳି ବାବୁ ମାନଙ୍କୁ ସେତେ କ୍ଷମତା ଦେବା ଉଚିତ ନୁହେଁ ଯେଉଁଥିପାଇଁ ସେମାନେ ସରକାରକୁ ନିୟନ୍ତ୍ରଣ କରିବେ । ସରକାର ଚଳାଇବା ପାଇଁ ଜନପ୍ରତିନିଧି ଅଛନ୍ତି । ଏହାଦ୍ୱାରା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଚାଲିପାରିବ ।

    ବାବୁ ମାନଙ୍କ ଦ୍ୱାରା ଘେରି ହୋଇଥିବା ଏ ସରକାର ଓଡ଼ିଶାର ପରମ୍ପରା, ସଂସ୍କୃତିକୁ ନଷ୍ଟ କରୁଛନ୍ତି । ଓଡ଼ିଆ ପରମ୍ପରାକୁ ଅପମାନିତ କରୁଛନ୍ତି । ଧାର୍ମିକ ଆଧାରରେ ଭାରତୀୟ ସମ୍ବିଧାନର ବିପରୀତ । ତୁଷ୍ଟିକରଣ ରାଜନୀତି କରୁଛି ବିଜେଡି । ଅନୁସୂଚିତ ଜାତି/ଜନଜାତିଙ୍କ ସଂରକ୍ଷଣକୁ ଏମାନେ ନଷ୍ଟ କରିବାକୁ ଚାହୁଁଛନ୍ତି । କଂଗ୍ରେସର ନିର୍ବାଚନୀ ଇସ୍ତାହାର ମୁସଲିମ ଲିଗର ନିର୍ବାଚନୀ ଇସ୍ତାହାର ଭଳି ଲାଗୁଛି । ଏମାନଙ୍କୁ ସୁଯୋଗ ଦେଲେ ଦେଶରେ ଅରାଜକତା ବୃଦ୍ଧି ପାଇବ । ମୋଦୀଙ୍କୁ ନେଇ ଯେଉଁ ଲହର ଅଛି ତାହା ସୁନାମୀରେ ପରିବର୍ତ୍ତନ ହୋଇସାରିଲାଣି । ତେଣୁ ଜୁନ୍ ୪ରେ ଏହି ସୁନାମୀ ୪୦୦ ପାର କରିବ ।

    ସମ୍ବିତ ପାତ୍ରଙ୍କୁ ବିଜୟୀ କରି ସଂସଦ ପଠାନ୍ତୁ, ସେ ମଧ୍ୟ ପୁରୀକୁ ଅଯୋଧ୍ୟା ଭଳି ଭବ୍ୟ ଓ ଆଧ୍ୟାତ୍ମିକ ସହର ଭାବେ ଗଢିତୋଳିବେ । ନିର୍ବାଚନ ପରେ ପୁରୀବାସୀଙ୍କୁ ଅଯୋଧ୍ୟା ଯିବାକୁ କହିଛନ୍ତି ଯୋଗୀ ଆଦିତ୍ୟନାଥ ।ଡବଲ ଇଞ୍ଜିନ ସରକାର ଚାଲିଲେ ବିକାଶ ବୁଲେଟ ଟ୍ରେନ ଭଳି ଗତି କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ