Saturday, July 27, 2024
24.6 C
Odisha

    ବିଜେପି ବାହାରୁ ବଡ ବଡ ନେତାଙ୍କୁ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି: ଭି.କେ ପାଣ୍ଡିଆନ୍

    ଆଗକୁ ପଢନ୍ତୁ

    ନିମାପଡାପେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବିଜେଡିର ଷ୍ଟାର୍ ପ୍ରଚାରକ ଭି.କେ ପାଣ୍ଡିଆନ୍ । ସଭାମଞ୍ଚରୁ ବିରୋଧୀଙ୍କୁ କଲେ ଟାର୍ଗେଟ୍ । କହିଲେ, ଏତେ ବଡ ଜନ ସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଯାଇଥିବ । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ବିରୋଧୀଙ୍କ ମୁଣ୍ଡ କାମ କରୁନି । ବାହାରୁ ବଡ ବଡ ନେତାଙ୍କୁ ଆସୁଛନ୍ତି, ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି । ମୁଁ ଶୁଣିବାକୁ ପାଇଲି ବିଜେପିର ନେତାମାନେ ଧମକ ଦେଉଛନ୍ତି, ଆମର ସରକାର ଆସୁଛି, ଆମେ ଆପଣଙ୍କୁ ହଇରାଣ କରିବୁ । ବିଲ୍ ପାସ୍ କରିବାକୁ ଦେବୁନି ବୋଲି ଧମକ ଦେଉଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାନ୍ତିରେ ବିଶ୍ୱାସ କରନ୍ତି । ଆମର କେହି କିଛି କରିପାରିବେ ନାହିଁ । ମୁଁ ଦୃଢ ଆତ୍ମ ବିଶ୍ୱାସର ସହ କହିବି, ଝଗଡା କରନ୍ତୁ ନାହିଁ, ଭଲ ହେବ ନାହିଁ । ବିରୋଧୀଙ୍କୁ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ । ଓଡିଶାକୁ ଆସି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳିନ ମନ୍ତବ୍ୟ ନଦେଇ ଓଡିଶା ସଂସ୍କାର ଶିଖିକି ଯାଆନ୍ତୁ ବୋଲି ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି ଭିକେ ପାଣ୍ଡିଆନ୍ ।
    ସନସଭାକୁ ସମ୍ବୋଧନ କରି ଭିକେ ପାଣ୍ଡିଆନ୍ କହିଛନ୍ତି, ଜୁନ୍ ୯ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଗ୍ରହଣ କରିବା ପରେ ତିନୋଟି ଦସ୍ତଖତ କରିବେ । ବିଜୁଳି ବିଲ୍ ଛାଡ କରିବା ପାଇଁ ପ୍ରଥମ ଦସ୍ତଖତ କରିବେ । ସମସ୍ତେ ପାଇବେ ବିଏସକେୱାଇ କାର୍ଡ ଏନେଇ ଦ୍ୱିତୀୟ ଜସ୍ତଖତ କରିବେ ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ମାଆ ମାନଙ୍କୁ ଭତ୍ତା ଦିଆଯିବା ନେଇ ତୃତୀୟ ଦସ୍ତଖତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଡି ଶଙ୍ଖରେ ଭୋଟ୍ ଦେଇ ବିଜେଡିକୁ ବିଜୟ କରିବା ପାଇଁ ଜନତାଙ୍କୁ ଅନୁରୋଧ କରିଛନ୍ତି ଭିକେ ପାଣ୍ଡିଆନ୍

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ