Sunday, March 22, 2026
23.7 C
Odisha

    ଅଷ୍ଟପ୍ରହରୀ ନାମଯଜ୍ଞର ରୋଷେଇଶାଳ ଡ଼ାଲିହଣ୍ଡାରେ ପଡ଼ି ରୋଷେୟା ଗୁରୁତର

    ଆଗକୁ ପଢନ୍ତୁ

    ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ଡଡ଼ାପଡ଼ା ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଷ୍ଟପ୍ରହର ନାମଯଜ୍ଞ ସ୍ଥଳରେ ରୋଷେଇ ଶାଳ ଡ଼ାଲିହଣ୍ଡାରେ ପଡ଼ି ରୋଷେୟା ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ହେଲେ କାହ୍ନା ପ୍ରଧାନ (୨୫)।ସୂଚନା ଅନୁସାରେ ଡଡ଼ାପଡ଼ାରେ ଗୁରୁବାର ଠାରୁ ଅଷ୍ଟପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଥିଲା। ଅଞ୍ଚଳରେ ଭକ୍ତିମୟ ପରିବେଶ ମଧ୍ୟରେ ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଆଜି ରୋଷେଇଶାଳରେ ପ୍ରସାଦ ରୋଷେଇ ଚାଲିଥିଲା। କାହ୍ନା ପ୍ରଧାନ ମଧ୍ୟ ରୋଷେଇଶାଳରେ ନିୟୋଜିତ ହୋଇଥିଲେ। ତେବେ ଏହି ସମୟରେ ଏକ ଗାଈ ରୋଷେଇଶାଳ ଆଡ଼କୁ ଆସିବାରୁ ଉକ୍ତ ବ୍ୟକ୍ତି ଗାଈ ଘଉଡାଇବାକୁ ଯାଉଥିବା ବେଳେ କାହ୍ନା କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ଡାଲିହଣ୍ଡା ଭିତରେ ପଡ଼ିଯାଇଥିଲେ। ତାଙ୍କ ଶରୀରର ବେକ ପର୍ଯ୍ୟନ୍ତ ଚର୍ମ ପୋଡ଼ି ଯାଇଥିଲା। ପାଖରେ ଥିବା ଲୋକମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ତୁରନ୍ତ ଏକ ଅଟୋ ସାହାଯ୍ୟରେ ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଡାକ୍ତର ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.7 ° C
    23.7 °
    23.7 °
    29 %
    1.7kmh
    17 %
    Sun
    24 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ