Tuesday, April 7, 2026
24 C
Odisha

    ଘରୁ ଡାକିନେଇ ଯୁବକଙ୍କୁ ହତ୍ୟା କଲେ ନକ୍ସଲ

    ଆଗକୁ ପଢନ୍ତୁ

    ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଲଗାତାର ପୁଲିସ ଏବଂ ସୁରକ୍ଷାକର୍ମୀଙ୍କର ଚଢାଉରେ ନକ୍ସଲ ଏକ ପ୍ରକାର ଦୁର୍ବଳ ହୋଇଯାଇଥିବା ବେଳେ ଛୋଟ ଛୋଟ ଟିମ୍ ହୋଇ ନକ୍ସଲ ଏବେ ଜଂଗଲରେ ବୁଲୁଥିବା ପୁଲିସ କହିଛି। ଜଣେ ଯୁବକଙ୍କୁ ନକ୍ସଲମାନେ ଘରୁ ଡାକି ନେଇ ହତ୍ୟା କରିଦେଇଛନ୍ତି। ଏହି ଘଟଣାରେ ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଏହି ଘଟଣା ପରେ ଉସୁର ଅଂଚଳରେ ଭୟର ବାତାବରଣ ଖେଳିଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ନକ୍ସଲ ଏବେ ନିଜର ଉପସ୍ଥିତି ଏବଂ ପତିଆରା ଜମାଇବାକୁ ଏଭଳି ହତ୍ୟାକାଣ୍ଡ କରୁଥିବା ପୁଲିସ କହିଛି। ଲୋକଙ୍କ ସମର୍ଥନ ପୁଣି ଏକତ୍ରିତ କରିବାକୁ ଚେଷ୍ଟା ଜାରି ରଖିଥିବା କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24 ° C
    24 °
    24 °
    73 %
    1.5kmh
    75 %
    Mon
    26 °
    Tue
    37 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ