Saturday, March 21, 2026
32.6 C
Odisha

    ରାଜଧାନୀରେ ‘ମୋ ବସ୍’ ଧକ୍କାରେ ଯୁବତୀ ଗୁରୁତର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ‘ମୋ ବସ୍’ ଧକ୍କାରେ ଜଣେ ଯୁବତୀ ଗୁରୁତର ହୋଇଥିବାର ଖବର ମିଳିଛି। ଚନ୍ଦ୍ରଶେଖରପୁର ପେଟ୍ରୋଲ୍ ପମ୍ପ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଚନ୍ଦ୍ରଶେଖରପୁରରେ ମୋ ବସ ଧକ୍କାରେ ଜଣେ ଯୁବତୀ ଗୁରୁତର ଆହତ ହୋଇ ତାଙ୍କର ହାତ କଟିଯାଇଥିବା ସୂଚନା ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।
    ଏଥିସହ ଚନ୍ଦ୍ରଶେଖରପୁରରେ ଅଞ୍ଚଳରେ ଗଡ଼ୁଥିବା ସମସ୍ତ ମୋ ବସକୁ ଅଟକାଇ ଦେଇଛନ୍ତି ସ୍ଥାନୀୟ ଲୋକ। ଏହାଫଳରେ ସେଠାରେ ୧୪ଟି ମୋ ବସ୍ ଅଟକି ରହିଥିବା ଜଣାଯାଇଛି। ଦୁର୍ଘଟଣା ପରେ ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଛି। ଏଣେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିବା ସୂଚନା ରହିଛି। ଲୋକେ ବସ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ହେତୁ ଏପରି ଦୁର୍ଘଟଣା ଘଟିଥିବା କହୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ