Thursday, August 28, 2025
23.3 C
Odisha

    ଗୁଣି ସନ୍ଦେହରେ ଯୁବକକୁ ହତ୍ୟା ଅଭିଯୋଗ, ୯ଜଣଙ୍କୁ ଗିରଫ କରିଛି ପୋଲିସ

    ଆଗକୁ ପଢନ୍ତୁ

    ଗଜପତି : ଗଜପତି ଜିଲ୍ଲା ମୋହନା ଥାନା କୁସୁମପୁର ଗାଁରୁ ଏକ ଅଭାବନୀୟ ଅଭିଯୋଗ ଆସିଛି । ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇଙ୍କୁ କୁସୁମପୁର ଗାଁର କିଛି ଯୁବକ ମିଶି ହତ୍ୟା କରି ପୋତି ଦେଇଥିଲେ। ସୂଚନାନୁସାରେ

    କରୁଣାକର ପାଖା ପାଖି ୮ ମାସ ହେବ କୁସୁମପୁର ଗାଁରେ ରହି ଲୋକଙ୍କୁ ଚେରମୂଳି ଔଷଧ ଦେଉଥିଲେ । କିଛି ଦିନ ତଳେ କୁସୁମପୁର ଗାଁର ନିରଞ୍ଜନ ମଳିକଙ୍କ ନାବାଳକ ପୁଅକୁ କୁକୁର କାମୁଡିବାରୁ କରୁଣାକର ଚେର ମୂଳିକା ଔଷଧ ଦେଇଥିଲେ । ପରବର୍ତ୍ତୀ ସମୟରେ ନାବାଳକ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।

    ଗାଁ ଲୋକ କରୁଣାକରଙ୍କୁ ଦାୟୀ କରିଥିଲେ । ଗତ ଜୁଲାଇ ୨୮ ରେ କିଛି ଗାଁ ଲୋକେ କରୁଣାକର ରହୁଥିବା ଗାଁ ପାଖ କୁଡ଼ିଆରୁ ତାଙ୍କୁ ଉଠାଇ ଆଣି ଅଙ୍ଗନାୱାଡି କେନ୍ଦ୍ରରେ ଦୁଇ ଦିନ ରଖି ହାତ ଗୋଡ଼ ବାନ୍ଧି ମାଡ଼ ମାରିଥିଲେ । ପ୍ରବଳ ମାଡ଼ ମାରି କରୁଣାକରଙ୍କୁ ହତ୍ୟା କରିବା ପରେ ଗାଁ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିଲେ ।

    ମୃତ କରୁଣାକରଙ୍କ ଭାଉଜ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମୋହନା ପୋଲିସ ସାଇଣ୍ଟିଫିକ ଟିମ୍ ସହାୟତାରେ ମାଜିଷ୍ଟ୍ରେଟ ତଥା ମୋହନା ତହସିଲଦାର ଚକ୍ରଧର ପାଢ଼ୀଙ୍କ ଉପସ୍ଥିତିରେ ମୃତଦେହ ପୋତା ଯାଇଥିବା ସ୍ଥାନରୁ ମୃତଦେହ ଉଦ୍ଧାର କରିଛି । ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର mkcg ପଠାଯାଇଛି । ହତ୍ୟାକାଣ୍ଡ ରେ ସମ୍ପୃକ୍ତ ୯ଜଣଙ୍କୁ ଗିରଫ କରିଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.3 ° C
    23.3 °
    23.3 °
    98 %
    1.2kmh
    58 %
    Thu
    29 °
    Fri
    31 °
    Sat
    29 °
    Sun
    30 °
    Mon
    29 °

    ସମ୍ବନ୍ଧିତ