Tuesday, September 15, 2026
24.1 C
Odisha

    ଯୁବପିଢିଙ୍କ ପାଇଁ ବଡ ଘୋଷଣା, ଛାତ୍ରଛାତ୍ରୀଙ୍କ ପାଇଁ ଆସିବ ୟୁଥ ବଜେଟ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଯୁବଶକ୍ତି ଆଗେଇଲେ ଆଗେଇବ ଦେଶ। ପ୍ରତିଟି ଦେଶ ତଥା ରାଜ୍ୟର ପ୍ରଗତି ପଛରେ ରହୁଛି ଯୁବଶକ୍ତିଙ୍କ ବଡ ଭୂମିକା। ସାରା ବିଶ୍ୱକୁ ଯୁବଶକ୍ତିଙ୍କ ସାମର୍ଥ୍ୟ ଦେଖାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଆଜି ନୂଆ-ଓ ସ୍କଲାରସିପ୍‌ ପ୍ରଦାନ ଉତ୍ସବରେ ଯୁବପିଢିଙ୍କ ପାଇଁ ବଡ ଘୋଷଣା କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ। ପ୍ରଥମ ଥର ପାଇଁ ୟୁଥ୍‌ ବଜେଟ୍‌ ଘୋଷଣା କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ଯାହା ରାଜ୍ୟର ଯୁବପିଢିଙ୍କ ସ୍ୱପ୍ନ ପୂରଣ କରିବା ସହ ସେମାନଙ୍କୁ ସଶକ୍ତ କରିବା ଦିଗରେ ଖର୍ଚ୍ଚ କରାଯିବ। ଏହି ୟୁଥ୍‌ ବଜେଟ୍‌ ପ୍ରସ୍ତୁତ କରିବାରେ ସାରା ବିଶ୍ୱରେ ଓଡିଶା ହେବ ପ୍ରଥମ ରାଜ୍ୟ। ସ୍କଲାରସିପ୍‌ ସହିତ ଆଗକୁ ଛାତ୍ରଛାତ୍ରୀଙ୍କୁ ମିଳିବ ଏକ ମ୍ୟାଜିକ କାର୍ଡ। ଆଉ ଏହି ମ୍ୟାଜିକ କାର୍ଡରେ ଯୁବଶକ୍ତିକୁ ମିଳିବାକୁ ଥିବା ଅନୁସଙ୍ଗିକ ସୁବିଧା ପାଇଁ ଯେଉଁ ଅର୍ଥ ବ୍ୟୟବରାଦ କରାଯିବ ତାହା ହିଁ ହେବ ୟୁଥ୍‌ ବଜେଟ୍‌। ଏହା ପୂର୍ବରୁ ଗତ ଶନିବାର ଭୁବନେଶ୍ୱର ଠାରେ ଇଣ୍ଡିଆ ଟୁଡେ ପକ୍ଷରୁ ଆୟୋଜିତ ଏକ କନକ୍ଲେଭରେ ମଧ୍ୟ ୟୁଥ୍‌ ବଜେଟ୍‌ ଉପରେ ଆଲୋକପାତ କରିଥିଲେ ୫-ଟି ଅଧ୍ୟକ୍ଷ। ଆଗାମୀ ଦିନରେ ଦୁଇ ହଜାର କୋଟି ଟଙ୍କାର ୟୁଥ୍‌ ବଜେଟ କରାଯିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଦେଶର ଏକାଧିକ ରାଜ୍ୟରେ ମହିଳାଙ୍କ ପାଇଁ ବଜେଟ୍‌ ହେଉଛି, ସେହିଭଳି କ୍ଲାଇମେଟ୍‌ ଚେଂଜ ଏବଂ ଏଗ୍ରିକଲଚର୍‌ ପାଇଁ ମଧ୍ୟ ବଜେଟ୍‌ କରାଯାଉଛି। ହେଲେ ପ୍ରଥମ ଥର ପାଇଁ ଓଡିଶାରେ ୟୁଥ୍‌ ବଜେଟ୍‌ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ଯୁବଶକ୍ତିକୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କ ସୁନେଲି ସ୍ୱପ୍ନ ପୂରଣ କରିବା ପାଇଁ ବଳ ଯୋଗାଇବ ଏହି ୟୁଥ୍‌ ବଜେଟ୍‌।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.1 ° C
    24.1 °
    24.1 °
    87 %
    0.9kmh
    13 %
    Tue
    31 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ