Sunday, March 22, 2026
23.7 C
Odisha

    ଦ୍ରୁତ ଗତି ନେଲା ରେସର ତଥା ୟୁଟ୍ୟୁବରଙ୍କ ଜୀବନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦ୍ରୁତ ଗତି ନେଲା ରେସର ତଥା ୟୁଟ୍ୟୁବରଙ୍କ ଜୀବନ। ବିଏମଡବ୍ଲୁ କାରର ସର୍ଭିସିଂ କରାଇ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା। ୨୫ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ୟୁଟ୍ୟୁବର ଆଣ୍ଡ୍ରେ ବିଡଲେ। ନ୍ୟୁୟର୍କର କୁଇନ୍ସରେ ଥିବା ନସାଉ ଏକ୍ସପ୍ରେସୱେରେ ବୁଧବାର ଏହି ଦୁର୍ଘଟଣା ଘଟିଛି। ଆଣ୍ଡ୍ରେ କାର୍ ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ସୂଚନା ମୁତାବକ, ଆଣ୍ଡ୍ରେ ବିଡଲେଙ୍କର ୟୁଟ୍ୟୁବରେ ୫୯,୫୦୦ ସବସ୍କ୍ରାଇବାର ଏବଂ ଇନଷ୍ଟାଗ୍ରାମରେ ପ୍ରାୟ ୨୫୦,୦୦୦ ଫଲୋୟର୍ସ ଥିଲେ। ସେ ନିଜ ୟୁଟ୍ୟୁବ ଭିଡିଓରେ କାର୍ ରେସିଂ ଦେଖାଉଥିଲେ। କୁହାଯାଉଛି ଯେ, ସେ ନିଜର ଆଗାମୀ ଭିଡିଓରେ ରେସିଂ କରିବା ପାଇଁ ବିଏମଡବ୍ଲୁର ସର୍ଭିସିଂ କରିବାକୁ ନେଇଥିଲେ। ହେଲେ ଫେରିବା ବାଟରେ ଏଭଳି କିଛି ହେବ ବୋଲି କାହାକୁ ଜଣାନଥିଲା। ରେସିଂ କରୁଥିବା ଆଣ୍ଡ୍ରେଙ୍କର ଏଭଳି ମୃତ୍ୟୁ ହେବ ବୋଲି କେହି ଭାବିନଥିଲେ। କୁହାଯାଉଛି ଯେ, ରାତି ୧ଟାରେ ଦୁର୍ଘଟଣା ଘଟିଥିବା ବେଳେ ତାଙ୍କୁ ଜମାଇକା ହସ୍ପିଟାଲ ମେଡିକାଲ ସେଣ୍ଟର ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ତାଙ୍କ ମୃତ୍ୟୁ ପରେ ଏବେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.7 ° C
    23.7 °
    23.7 °
    29 %
    1.7kmh
    17 %
    Sun
    24 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ