Tuesday, April 7, 2026
24 C
Odisha

    ଧୀରେ ଧୀରେ ବଢୁଛି କିମିୟା ବିବାଦ

    ଆଗକୁ ପଢନ୍ତୁ

    ପୁରୀ: ୟୁଟ୍ୟୁବର୍‌ କାମିୟା ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶକୁ ନେଇ ଉଠିଥିବା ବିବାଦର ଯାଞ୍ଚ କରିବା ପାଇଁ ରାଜ୍ୟ ସରକାରଙ୍କୁ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅନୁରୋଧ କରାଯାଇଛି। ସୋମବାର ପୁରୀର ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ରବୀନ୍ଦ୍ର ନାରାୟଣ ସିଂ କହିଛନ୍ତି, କାମିୟାଙ୍କ ଦ୍ୱାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମହାପ୍ରସାଦର ପ୍ରଚାରପ୍ରସାରକୁ ନେଇ ବିବାଦ ଦେଖାଦେଇଛି। ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେ, କାମିୟା ଗୋମାଂସ ଭକ୍ଷଣ କରୁଛନ୍ତି, ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ତେବେ କାମିୟା ଏ ନେଇ ନିଜ ତରଫରୁ ସ୍ପଷ୍ଟୀକରଣ ରଖି ସାରିଥିବା ବେଳେ ଏହାର ସତ୍ୟତା ଯାଞ୍ଚ କରାଯିବାକୁ ସିଂ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେହିପରି ତୁରନ୍ତ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲା ନ ଗଲେ ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସବୁ ଓଡ଼ିଆ ସାମିଲ ହେବାକୁ ପରିଷଦର ମୁଖପାତ୍ର ଦେବଜୀ ଭାଇ ରାଓ୍ବତ ନିବେଦନ କରିଛନ୍ତି। ଉକ୍ତ ଦିନ ମନ୍ଦିରର ସମସ୍ତ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଉ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24 ° C
    24 °
    24 °
    73 %
    1.5kmh
    75 %
    Mon
    26 °
    Tue
    37 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ