Sunday, December 21, 2025
25.9 C
Odisha

    ଅମିତ ଶାହଙ୍କୁ ଭେଟିଲେ ପ୍ରଦୀପ ପୁରୋହିତ, ଗନ୍ଧମାର୍ଦ୍ଧନ ପର୍ବତକୁ ଜାତୀୟ ସମ୍ପତ୍ତିର ମାନ୍ୟତା ଦାବି କଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ବରଗଡ ଏମପି ପ୍ରଦୀପ ପୁରୋହିତ । ଗନ୍ଧମାର୍ଦ୍ଧନ ପର୍ବତକୁ ଜାତୀୟ ସମ୍ପତ୍ତିର ମାନ୍ୟତା ପାଇଁ ଦାବି କରିଛନ୍ତି ପ୍ରଦୀପ ପୁରୋହିତ । ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପୀଠକୁ ପରିଦର୍ଶନରେ ଆସିବା ପାଇଁ ନିମନ୍ତ୍ରଣ କରିଥିବା ଜଣାପଡିଛି । ଆଜି ପାର୍ଲାମେଣ୍ଟ ଭବନରେ ପ୍ରଦୀପ ପୁରୋହିତ ଅମିତ ଶାହଙ୍କୁ ଭେଟିବା ପ୍ରାକୃତିକ,ଐତିହାସିକ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ସହ ଏହାକୁ ଜାତୀୟ ସମ୍ଫତ୍ତିର ମାନ୍ୟତା ଦେବା ପାଇଁ ଜଣାଇଥିଲେ ।

    ତତ୍କାଳୀନ ସରକାର ଏହାକୁ ୪୭ ବର୍ଷ ପାଇଁ ବାଲକୋ କମ୍ପାନୀକୁ ଲିଜରେ ଦେଇଦେଇଥିଲେ । ଏହାପରେ ଖନନ କାର୍ଯ୍ୟକୁ ଜୋରଦାର କରାଯାଇଥିଲା । ଖନନ କାରଣରୁ ପରିବେଶ ଉପରେ ପ୍ରଭାବ ପଡିଥିଲା ।ସାଂସ୍କୃତିକ, ଧାର୍ମିକ ଏବଂ ପୌରାଣିକ ଭାବାବେଗକୁ ଆଘାତ ଦେଇଥିଲା ବୋଲି କହିଛନ୍ତି ସାଂସଦ । ଗନ୍ଧମାର୍ଦ୍ଦନ ପର୍ବତମାଳାର ଐତିହାସିକ, ସାଂସ୍କୃତିକ, ଧାର୍ମିକ ଏବଂ ପ୍ରାକୃତିକ ଦୃଷ୍ଟିକୋଣରୁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ବଖାଣିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.9 ° C
    25.9 °
    25.9 °
    28 %
    2.5kmh
    83 %
    Sun
    23 °
    Mon
    27 °
    Tue
    27 °
    Wed
    28 °
    Thu
    28 °

    ସମ୍ବନ୍ଧିତ