Sunday, February 15, 2026
17.1 C
Odisha

    ଅରବିନ୍ଦ କେଜ୍ରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା ଇଡ଼ି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି ଇଡି। ଏହି ସମୟରେ ଅବକାରୀ ନୀତି ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଇଡି କେଜ୍ରିୱାଲଙ୍କୁ ଜେରା କରିବ। ରାଉଜ ଆଭିନ୍ୟୁ କୋର୍ଟ କେଜିୱାଲଙ୍କୁ ୨୮ ତାରିଖ ଯାଏ ଇଡି ହେପାଜତକୁ ପଠାଇ ଦେଇଛନ୍ତି। ଇଡି କେଜ୍ରିୱାଲଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଏଥିପାଇଁ ଇଡି ପକ୍ଷରୁ ସଲିସିଟର ଜେନେରାଲ ଏସଭି ରାଜୁ ବଳିଷ୍ଠ ଯୁକ୍ତି ରଖିଥିଲେ। ଅବାକାରୀ ନୀତି ଦୁର୍ନୀତି ଘଟଣାର କିଙ୍ଗ ପିନ କେଜ୍ରିୱାଲ ବୋଲି ମଧ୍ୟ ସେ କହିଥିଲେ। ହେଲେ କେଜ୍ରିୱାଲଙ୍କ ଲିଗାଲ ଟିମ ଏହାକୁ ବିରୋଧ କରିଥିଲା। ଇଡି କରୁଥିବା ଦାବିରେ କୌଣସି ପ୍ରକାରର ସିଧାସଳଖ ପ୍ରମାଣ ନ ଥିବା କେଜ୍ରିୱାଲଙ୍କ ଓକିଲ କହିଥିଲେ। ଦୀର୍ଘ ଘଣ୍ଟା ଧରି ଦୁଇ ପକ୍ଷଙ୍କୁ ଶୁଣିବା ପରେ କେଜ୍ରିୱାଲଙ୍କୁ କୋର୍ଟ ୨୮ ତାରିଖ ଯାଏ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତି। ମାର୍ଚ୍ଚ ୨୮ ତାରିଖ ଦିନ ୨ଟା ବେଳକୁ କେଜ୍ରିୱାଲଙ୍କୁ ପୁଣି ହାଜର କରିବାକୁ କୋର୍ଟ ଇଡିକୁ କହିଛନ୍ତି। ଗୁରୁବାର ରାତି ୯ଟାରେ ଇଡି କେଜ୍ରିୱାଲଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଥିଲା। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଅଭିଯୋଗ ଘଟଣାରେ ଇଡି ତାଙ୍କୁ ଗିରଫ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.1 ° C
    17.1 °
    17.1 °
    47 %
    1.3kmh
    5 %
    Sun
    32 °
    Mon
    33 °
    Tue
    34 °
    Wed
    35 °
    Thu
    36 °

    ସମ୍ବନ୍ଧିତ