Tuesday, March 3, 2026
19.4 C
Odisha

    ଆଇପିଏଲ୍‌-୨୦୨୬ର ମିନି ନିଲାମ ଆବୁଧାବିରେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  କ୍ରମାଗତ ତୃତୀୟ ବର୍ଷ ପାଇଁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଖେଳାଳି ନିଲାମ ବିଦେଶରେ ଅନୁଷ୍ଠିତ ହେବ। ବିସିସିଆଇ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ ଯେ ଆଇପିଏଲ୍‌ର ୨୦୨୬ ସଂସ୍କରଣ ଲାଗି ମିନି ନିଲାମ ୟୁଏଇର ଆବୁଧାବିରେ ଅନୁଷ୍ଠିତ ହେବ। ଡିସେମ୍ବର ତୃତୀୟ ସପ୍ତାହରେ ଏହି ନିଲାମ ଆୟୋଜନ ହେବ ବୋଲି ଜାଣିବାକୁ ମିଳିଛି। ବିସିସିଆଇ ମଧ୍ୟସ୍ଥ ଏହି ସୂତ୍ରରୁ ପ୍ରକାଶ ଯେ ଆଇପିଏଲ୍‌-୨୦୨୬ ଖେଳାଳି ନିଲାମ ପାଇଁ ଡିସେମ୍ବର ୧୫-୧୬ ତାରିଖ ବିସିସିଆଇ ଧାର୍ଯ୍ୟ କରିଛି।

    ଗତ ଦୁଇଟି ସଂସ୍କରଣର ଆଇପିଏଲ୍‌ ଖେଳାଳି ନିଲାମ ୟୁଏଇର ଜେଦା ଓ ଦୁବାଇ ସହରରେ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷର ଆଇପିଏଲ୍‌ ନିଲାମ ଭାରତରେ କରିବାକୁ ବିଚାର କରା ଯାଉଥିଲା। ହେଲେ ୟୁଏଇରେ ଏହାର ଆୟୋଜନ ପରମ୍ପରା ବଜାୟ ରଖିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।
    ନଭେମ୍ବର ୧୦ ସୁଦ୍ଧା ୧୦ଟିଯାକ ଆଇପିଏଲ୍‌ ଫ୍ରାଞ୍ଚାଇଜି କେଉଁ ଖେଳାଳିଙ୍କୁ ଦଳ​‌ରେ ରଖିବେ; ତା’ର ତାଲିକା ବିସିସିଆଇକୁ ପ୍ରଦାନ କରିବେ।

    ରାଜସ୍ଥାନ ରୟାଲ୍‌ସ ଓ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ମଧ୍ୟରେ ଖେଳାଳି ଅଦଳ ବଦଳ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମ୍‌ସନ୍ ସିଏସ୍‌କେକୁ ଯିବେ। ତାଙ୍କ ବଦଳରେ ସିଏସ୍‌କେ ତା’ର ଦୁଇ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଓ ସାମ୍‌ କରନ୍‌ଙ୍କୁ ରାଜସ୍ଥାନକୁ ଦେବ। ତେବେ ଏହାର ଚୂଡ଼ାନ୍ତ ଘୋଷଣା ହୋଇନାହିଁ। ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟ ସିଏସ୍‌କେ ସହ ଖେଳାଳି ଅଦଳ ବଦଳ କରିବାକୁ ଆଲୋଚନା ଚଳାଇଛି। ଏଣେ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ନିଲାମ ନଭେମ୍ବର ୨୭​‌େ​‌ର ଦିଲ୍ଲୀରେ ଅନୁଷ୍ଠିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.4 ° C
    19.4 °
    19.4 °
    33 %
    1.5kmh
    7 %
    Tue
    35 °
    Wed
    36 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ