Monday, October 19, 2026
21.6 C
Odisha

    ୟୁଏଇ ଉପରେ ଇରାନର ଆକ୍ରମଣକୁ ଭାରତର ନିନ୍ଦା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଆମେରିକା ଓ ଇସ୍ରାଏଲ କରିଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ଇରାନ ରବିବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଉପରେ ଆକ୍ରମଣ କରିଛି। ଇରାନର ଏହି ଆକ୍ରମଣରେ ୟୁଏଇରେ ୫୮ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକ ଅଛନ୍ତି। ୟୁଏଇ ଉପରେ ଇରାନର ଏପରି ଆକ୍ରମଣକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି। ରବିବାର ମୋଦୀ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍‌ ନାହିୟାନଙ୍କ ସହ କଥା ହୋଇ ଇରାନର ଆକ୍ରମଣକୁ ନିନ୍ଦା କରିଛନ୍ତି। ମୋଦୀ କହିଛନ୍ତି ଯେ, ଭାରତ ଯୁଦ୍ଧ ଚାହେଁ ନାହିଁ। ଭାରତ ଆଞ୍ଚଳିକ ଶାନ୍ତି, ସ୍ଥିରତା ଓ ସୁରକ୍ଷା ଚାହେଁ। ଇରାନର ଏପରି ଆକ୍ରମଣ ସମୟରେ ୟୁଏଇ ଭାରତୀୟନ ନାଗରିକଙ୍କ ସୁରକ୍ଷା ଦାୟିତ୍ବ ୟୁଏଇ ନିର୍ବାହ କରୁଥିବାରୁ ମୋଦୀ ରାଷ୍ଟ୍ରପତି ଶେଖ ମହମ୍ମଦଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଆହତ ଭାରତୀୟ
    ନାଗରିକଙ୍କ ସହିତ ଦୂତାବାସ ଯୋଗାଯୋଗ କରି ତାଙ୍କର ଚିକିତ୍ସା ବ୍ୟବସ୍ଥା କରିଛନ୍ତି। ୟୁଏଇରେ ଏବେ ୩୫ଲକ୍ଷ ଭାରତୀୟ ନାଗରିକ ଅଛନ୍ତି। ୟୁଏଇ ହେଉଛି ଆମେରିକାର ଏକ ମିତ୍ର ରାଷ୍ଟ୍ର। ୟୁଏଇରେ ଆମେରିକାର ସାମରିକ ଘାଟି ଥିବାରୁ ଏହାକୁ ନିଶାଣ କରି ଇରାନ ଆକ୍ରମଣ କରିଛି। ଇରାନର ଦୁବାଇ ବିମାନବନ୍ଦର କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣ ପରେ ଦୁବାଇ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି। ଫଳରେ ହଜାର ହଜାର ସଂଖ୍ୟାରେ ଯାତ୍ରୀ ବିମାନବନ୍ଦର ମଧ୍ୟରେ ଅଟକି ରହିଛନ୍ତି। ଅଟକି ରହିଥିବା ଯାତ୍ରୀଙ୍କ ମଧ୍ୟରେ ଅଛନ୍ତି ଭାରତର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ଓ କର୍ଣ୍ଣାଟକର ବିଧାୟକ ଏସ୍‌ଏଲ୍‌ ଭୋଜେଗୌଡା ଓ ତାଙ୍କ ପରିବାର ସଦସ୍ୟ। ଏହା ସହିତ ବେଙ୍ଗଲୀ ଅଭିନେତ୍ରୀ ଶୁଭଶ୍ରୀ ଗାଙ୍ଗୁଲି ଓ ତାଙ୍କ ପୁଅ ମଧ୍ୟ ଦୁବାଇରେ ଏବେ ଅଟକି ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ