Wednesday, April 22, 2026
41.7 C
Odisha

    ଆଜିଠୁ ବଢ଼ିବ ଶୀତ, ଆଗାମୀ ୩ଦିନରେ ୨ରୁ ୩ ଡିଗ୍ରି ସେଲସିୟସ ଖସିବ ତାପମାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଶୀତରେ ଥରୁଛି ଓଡ଼ିଶା ।  ଆହୁରି ଥରିବ ।  ଗୋଟିଏ ଦିନ ସାମାନ୍ୟ ଉପରମୁହାଁ ହୋଇଥିଲା ପାରଦ ।  ପୁଣି ଥରେ ଆଜିଠୁ ଶୀତ ବଢ଼ିବ ।  ଆକାଶରୁ ବାଦଲ ହଟିବା ପରେ ପୁଣି ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବଢ଼ିବ ।  ଆଗାମୀ ୩ଦିନରେ ୨ରୁ ୩ ଡିଗ୍ରି ସେଲସିୟସ ଖସିବ ତାପମାତ୍ରା । ଶୀତ ସାଙ୍ଗକୁ କିଛି ରାଜ୍ୟର କିଛି ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି  ।

    କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ତୁଷାରପାତ ହୋଇଛି ।  ସେହିପରି କାଞ୍ଜିପାଣି ଘାଟି ଅଞ୍ଚଳ, ପାଟଣା ବ୍ଲକର କିଛି ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି ।  ହାଡ଼ ଭଙ୍ଗା ଶୀତ ସହ ଦିନରେ ଥଣ୍ଡା ପବନ ମଧ୍ୟ ବହୁଛି । ବିଶେଷକରି ରାତିରେ ଶୀତର ପ୍ରକୋପ ଅଧିକ ରହୁଛି ।  ଏଥର ଶୀତ ସବୁ ରେକର୍ଡ ଭାଙ୍ଗିଛି ।  ଆକାଶ ନିର୍ମଳ ରହିବା, ହିମାଳୟରୁ ଆସୁଥିବା ବରଫାବୃତ୍ତ ପବନ, ଘନ କୁହୁଡ଼ି ଓ ସମୁଦ୍ରରୁ ଆସୁଥିବା ଜଳୀୟବାଷ୍ପ କମିବା ଯୋଗୁ ପାରଦ ତଳମୁହାଁ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    41.7 ° C
    41.7 °
    41.7 °
    13 %
    4.5kmh
    13 %
    Wed
    42 °
    Thu
    43 °
    Fri
    44 °
    Sat
    44 °
    Sun
    44 °

    ସମ୍ବନ୍ଧିତ