Thursday, February 12, 2026
23.3 C
Odisha

    ଆଜିର ରାଶିଫଳ

    ଆଗକୁ ପଢନ୍ତୁ

    ମେଷ : ଭଲ ସମ୍ପର୍କ ନ ଥିବା ଆତ୍ମୀୟମାନେ ପରୋକ୍ଷରେ ବିରୁଦ୍ଧାଚରଣ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ସନ୍ତୋଷଜନକ ହେବନାହିଁ। ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ, ସେମାନଙ୍କୁ ମନେଇ ନିଜ କାମରେ ଲଗାଇପାରନ୍ତି।

    ବୃଷ : ଆଜି ମାନସିକ ଅସୁସ୍ଥତା ସାଙ୍ଗକୁ ବନ୍ଧୁଙ୍କ ସହ ମତାନ୍ତର ପରିଲକ୍ଷିତ ହେବ। ପାଇବାକୁ ଥିବା ଜିନିଷ, ଟଙ୍କା, ଗୁରୁତ୍ୱପୂର୍ଣ୍ଣ କାଗଜ କିମ୍ବା ଫାଇଲ ପ୍ରଭୃତି ସହଜରେ ପାଇପାରିବେ ନାହିଁ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ ମନ୍ଦ ହେବନି କିନ୍ତୁ ଅସାବଧାନତା ହେତୁ ଦ୍ରବ୍ୟନଷ୍ଟ ହୋଇପାରେ।

    ମିଥୁନ : ହସ, ଖୁସି, ମଜାମଉଜରେ ସମୟ କଟାଇପାରନ୍ତି,କିନ୍ତୁ ମନ ଚାହୁଁ ନଥିଲେ ମଧ୍ୟ ପରିବାର ଲୋକଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ପ୍ରତ୍ୟେକ ଦିଗରୁ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବାର ସୂଚନା ରହିଛି।

    କର୍କଟ : ଆଜିର ସମୟଟି ଭଲରେ ଅତିବାହିତ ହେବ। ଟଙ୍କା ପଇସା ସମ୍ପର୍କିତ ସମସ୍ତ କାମ ସାବଧାନତା ସହକାରେ କରିବା ଉଚିତ। ଅନ୍ୟଥା ଭୁଲ୍‌ ହିସାବରୁ, ଅଲଗା ସ୍ଥାନରେ ରଖିଦେଇଥିବା କାରଣରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟ, ଜମିଜମାରେ ଉନ୍ନତ ଫଳ ପାଇବେ।

    ସିଂହ : ଜମିଜମା ସମ୍ପର୍କୀୟ କିମ୍ବା ଗୃହସୀମାକୁ ନେଇ ସମସ୍ୟା ସୃଷ୍ଟି କରିବ। ସାହିତ୍ୟ କୃତି, ସଙ୍ଗୀତ ଚର୍ଚ୍ଚା ସକାଶେ ମାନସିକ ଅଶାନ୍ତି ସାମାନ୍ୟ ବାଧକ ସାଜିପାରେ। ପ୍ରତିଦ୍ୱନ୍ଦ୍ୱିତା, ବାଣିଜ୍ୟ, ଯାତ୍ରା ଓ କଚେରି ମାମଲା ସମ୍ପର୍କରେ ଦୁଶ୍ଚିନ୍ତା ବଢ଼ିପାରେ।

    କନ୍ୟା : ଆଜି ବନ୍ଧୁମିଳନ ସାଙ୍ଗକୁ ଯାତ୍ରା, ବ୍ୟବସାୟ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଫଳପ୍ରଦ ହେବ। ବ୍ୟବସାୟ, ଜମିଜମା କାରବାର ପ୍ରଭୃତିରେ ଲକ୍ଷ୍ୟ ହାସଲ ହୋଇପାରିବ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ସଙ୍ଗୀତ, ସାହିତ୍ୟ, କ୍ରୀଡ଼ା, ଶିଳ୍ପକଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

    ତୁଳା : ପ୍ରତ୍ୟେକ କ୍ଷେତ୍ରରେ ହାତେ ମାପି ଚାଖଣ୍ଡେ ନ ଚାଲିଲେ ଅସୁବିଧା ଭୋଗିବେ। ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ, ଏଣୁ ସତର୍କ ରହିବା ଭଲ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରି ସଫଳତା ହାସଲ କରିପାରିବେ। କଳା, ସାହିତ୍ୟ, ସାମ୍ବାଦିକତାରେ ସମସ୍ୟା ସମାଧାନ ହୋଇଯିବ।

    ବିଛା : ଆଜି ଭଲ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ଆଳସ୍ୟ ଓ ଅବହେଳା ହେତୁ କୌଣସି କାମ ଠିକ୍‌ ହେବ ନାହିଁ। ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ଅସାବଧାନତା କାରଣରୁ ହାତ କିମ୍ବା ଗୋଡ଼ରେ ଆଘାତ ଲାଗିପାରେ।

    ଧନୁ : ଆପଣଙ୍କ ଯୁକ୍ତିଯୁକ୍ତ ବିଚାରଧାରା କାମ ହାସଲରେ ସହାୟକ ହେବ। ଭୁଲ୍‌ ବୁଝାମଣା ନେଇ ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ତିକ୍ତତା ଦେଖାଦେବ। ଶିଳ୍ପ, ପରିବହନ, ନିର୍ମାଣ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ଅସୁବିଧା ହେବ ନାହିଁ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।

    ମକର : ଆଜି ଆପଣ ଭାବିଚିନ୍ତି କାମ କରିବା ଭଲ। ପିଲାଙ୍କ ବିବାହ ସ୍ଥିରୀକୃତ ହେବା ସୂଚନା ରହିଛି। ଶାରୀରିକ ସୁସ୍ଥତା ଫେରିପାଇବେ ଓ ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ମିଳିବ। ପରିବହନ, ଛୋଟ ଦୋକାନ, ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ।

    କୁମ୍ଭ : ପରିବାରରେ ହେଉ କିମ୍ବା ବନ୍ଧୁଙ୍କ ସହ ସାଧାରଣ କଥାରେ ମନାନ୍ତର ଘଟିପାରେ। ଅବଶ୍ୟ ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସଭାସମିତିରେ ସମ୍ମାନ ମିଳିବ ଓ ସତ୍‌ସଙ୍ଗ, ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ଆର୍ଥିକ ସ୍ବଚ୍ଛଳତା ଆସିବ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ।

    ମୀନ : ବନ୍ଧୁଙ୍କ ନିକଟରୁ ଅପମାନ ସୂଚକ କଥା ଶୁଣି ମନ ଖରାପ ହୋଇଯାଇପାରେ। ନିଜ ଲୋକଙ୍କ କାର୍ଯ୍ୟକଳାପ ନେଇ ବିବ୍ରତ ହୋଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବା ହେତୁ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    28 %
    1.8kmh
    0 %
    Thu
    25 °
    Fri
    32 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ